ଭୁବନେଶ୍ଵର: ମୁସଲିମ ଆକ୍ରମଣକାରୀ ଏବଂ ଭାରତର ହିନ୍ଦୁ ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବ୍ୟତୀତ ଭାରତ ଇତିହାସରେ ଅନେକ ରାଜନୈତିକ ଏବଂ ସାମାଜିକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହିପରି କିଛି ଘଟଣାରେ ମୁସଲମାନ ରାଜାଙ୍କ ଝିଅମାନଙ୍କ ସହିତ ହିନ୍ଦୁ ରାଜାମାନଙ୍କର ବିବାହ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଐତିହାସିକଙ୍କ ଅନୁଯାୟୀ, ମହାରାଣା ଅମର ସିଂ ୧୫୯୭ ରୁ ୧୬୨୦ ପର୍ଯ୍ୟନ୍ତ ମେୱାଡର ଶାସକ ଥିଲେ । ସେ ମହାରାଣା ପ୍ରତାପଙ୍କ ବଡ ପୁଅ ଏବଂ ମହାରାଣା ଉଦୟ ସିଂ ଦ୍ୱିତୀୟଙ୍କର ନାତି ଥିଲେ । ମହାରାଣା ପ୍ରତାପ ସିଂଙ୍କ ମୃତ୍ୟୁ ପରେ ସେ ମେୱାର ସିଂହାସନରେ ବସିଥିଲେ । ଏହା ପରେ ଅମର ସିଂ ମୋଗଲ ଉପରେ ଗୋଟିଏ ପରେ ଗୋଟିଏ କରି ଅନେକ ଆକ୍ରମଣ କରିଥିଲେ।
ମହାରାଣା ପ୍ରତାପଙ୍କ ପୁଅ ଅମର ସିଂଙ୍କ ଆକ୍ରମଣରେ ଭୟଭୀତ ହୋଇ ମୋଗଲମାନଙ୍କୁ ମେୱାଡ ଛାଡିବାକୁ ପଡିଲା । ଆକବର ମେୱାଡକୁ ଜିତି ନପାରି ଶେଷରେ ଚୁକ୍ତି ହିସାବକ ତାଙ୍କ ଝିଅ ଶହଜାଦୀ ଖାନୁମଙ୍କ ବିବାହ ଅମର ସିଂଙ୍କ ସହ କରିଥିଲେ । ମହାରଣା ଅମର ସିଂ ୨୬ ଜାନୁୟାରୀ ୧୬୨୦ରେ ମୃତ୍ୟୁ ବରଣ କରିଥିଲେ । ଏହା ବ୍ୟତୀତ ଇତିହାସରେ ରାଜ ମାନସିଂହଙ୍କ ପୁଅ କୁନୱର ଜଗତ ସିଂଙ୍କ ମୁସଲମାନ ରାଜକୁମାରୀଙ୍କ ବିବାହ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ସେ ଉଡ଼ିଶାର (ବର୍ତ୍ତମାନ ଓଡିଶା) ଆଫଗାନିସ୍ତାନ ନବାବ କୁତୁଲ ଖାନଙ୍କ ଝିଅ ମରିୟମଙ୍କୁ ବିବାହ କରିଥିଲେ ।
ମେୱାଡର ରାଣା ସାଙ୍ଗା ଜଣେ ମୁସଲମାନ କମାଣ୍ଡରଙ୍କ ଝିଅ ମେରୁନିସାଙ୍କୁ ବିବାହ କରିଥିଲେ । ଏହା ବ୍ୟତୀତ ସେ ଆଉ ତିନି ମୁସଲମାନ ଝିଅଙ୍କୁ ବିବାହ କରିଥିଲେ । ମହାରାଣା ସଂଗ୍ରାମ ସିଂ ଏବଂ ମହାରାଣା କୁମ୍ବାଙ୍କ ପରେ ରାଣା ସାଙ୍ଗା ସବୁଠାରୁ ପ୍ରସିଦ୍ଧ ମହାରାଜା ଥିଲେ | ସେ ମେୱାଡକୁ ବିସ୍ତାର କରିଥିଲେ | ସେ ରାଜପୁତାନାର ସମସ୍ତ ରାଜାଙ୍କୁ ମଧ୍ୟ ଏକତ୍ର କରିଥିଲେ। ଅପରାଜିତ ଯୋଦ୍ଧା ଭାବରେ ଜଣାଶୁଣା ମହାରାଣା କୁମ୍ବା ଜାଗିରଦାର ୱାଜିର ଖାନଙ୍କ ଝିଅକୁ ବିବାହ କରିଥିଲେ। ମହାରାଣା କୁମ୍ବା ୧୪୩୭ ମସିହାରେ ମାଲୱାର ସୁଲତାନ ମହମୁଦ ଖିଲଜୀଙ୍କୁ ସାରଙ୍ଗପୁର ନିକଟେ ପରାସ୍ତ କରିଥିଲେ | ମହାରାଣା କୁମ୍ଭା ଚିତୌଡର ବିଜୟ ସ୍ତମ୍ଭକୁ ଏକ ବିଜୟ ସ୍ମାରକୀ ଭାବରେ ନିର୍ମାଣ କରିଥିଲେ |
Comments are closed.