Latest Odisha News

BREAKING NEWS

ଆମେ ଖାଉନା ପିଆଜ, ରସୁଣ, ଆମେ ଛୁଉଁନା ମଦ, ମାଂସ

ବିହାର:ପିଆଜରସୁଣ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ ଏହାର ମୂଲ୍ୟ ବଢିବା କମିବା ହେତୁ ସବୁବେଳେ ବେଶ୍ ଚାହିଦା ରହିଥାଏ    ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଗତ ୪୦ ରୁ ୪୫ବର୍ଷ ମଧ୍ୟରେ ରସୁଣ ଏବଂ ପିଆଜ ବ୍ୟବହାର କରାଯାଇ ନାହିଁ ଲୋକମାନେ ଗାଁରେ ଉପସ୍ଥିତ ଥିବା ସମସ୍ତ ଘରେ ରସୁଣପିଆଜ ଖାଇବା ଠାରୁ ଦୂରତା ରଖନ୍ତି ଏହାର ଏତେ ଭୟ ଅଛି ଯେ ସେମାନେ ଏହାକୁ ବଜାରରୁ କିଣନ୍ତି ନାହିଁ

ବିହାରର ଜେହାନାବାଦ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅଛି ତ୍ରିଲୋକି ବିଘା ଗାଁ ଏହି ଗାଁରେ ପ୍ରାୟ ୩୦ ରୁ ୩୫ ଘର ରହିଛି ଗାଁରେ ସମସ୍ତଙ୍କ ଘରେ ପିଆଜ ଏବଂ ରସୁଣ ଖାଇବା କଡା ନିଷେଧ ଏଠାକାର ସମସ୍ତ ଲୋକ ବିନା ପିଆଜ ରସୁଣ ଖାଦ୍ୟ ଖାଇଥାନ୍ତି

ପ୍ରକୃତ କାରଣ ?

ଗାଁର ଲୋକମାନେ କୁହନ୍ତି ଯେ, ପ୍ରାୟ ୪୦ରୁ୫୦ ବର୍ଷ ପୂର୍ବେ ଲୋକମାନେ ଏହି ଗାଁରେ ପିଆଜରସୁଣ ଖାଇବା ବନ୍ଦ କରିଦେଇଥିଲେ ସେବେଠୁ ଏହାକୁ ପରମ୍ପରା ଭାବେ ଅନୁସରଣ କରିଆସୁଛନ୍ତି ଗାଁ ଲୋକେ ଗାଁରେ ଠାକୁରବାଡି ମନ୍ଦିର ଅଛି, ଯାହାକି ବହୁ ବର୍ଷ ପୁରୁଣା ଏବଂ ଏହି ମନ୍ଦିର ଯୋଗୁଁ ଲୋକମାନେ ରସୁଣପିଆଜଠାରୁ ଦୂରେଇ ରହିଛନ୍ତି ଯେତେବେଳେ କିଛି ଲୋକ ଏହି ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନଙ୍କ ଘରେ ଅନେକ ଅଘଟଣ ଘଟିଥଲା ଏହି ଘଟଣା ପରେ ଏଠାକାର ଲୋକମାନେ ରସୁଣପିଆଜ ଖାଇବା ବନ୍ଦ କରିବା ସହ ମାଂସ ଏବଂ ମଦ୍ୟପାନକୁ ମଧ୍ୟ ନିଷେଧ କରିଥିଲେ ସେବେଠୁ ଗାଁରେ ଏହି  ପରମ୍ପରା ଚାଲିଆସୁଛି

Leave A Reply

Your email address will not be published.