Latest Odisha News

କେନ୍ଦ୍ର ବଜେଟ: କାହାର ଥିଲା ସବୁଠାରୁ ଲମ୍ବା, କାହାର ଛୋଟ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । କେବଳ ଭାରତ ନୁହେଁ, ସାରା ଦେଶର ଦୃଷ୍ଟି ଥିଲା ଏହି ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଥିଲା  ସବୁଠାରୁ ଲମ୍ବା ବଜେଟ ଭାଷଣ । ଆଜି ସୁଦ୍ଧା କୌଣସି ବଜେଟ ଏତେ ଲମ୍ବା ନ ହୋଇ ନ ଥିଲା । ଏଠି କହି ରଖିବୁ, ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇ ବି ସଂସଦରେ ବଜେଟ ଉପସ୍ଥାପନ କରିଥିଲେ ।

ଆସନ୍ତୁ ଜାଣିବା ଚଳିତ ବଜେଟକୁ ନେଇ କିଛି ରୋଚକ କଥା-

ସବୁଠାରୁ ଅଧିକ ଥର ବଜେଟ ଉପସ୍ଥାପନ କରିଛନ୍ତି ମୋରାରଜୀ ଦେଶାଇ । ସେ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି ।  ତାଙ୍କ ପରେ ପି.ଚିଦାମ୍ବରମ ୯ ଥର, ପ୍ରଣବ ମୁଖାର୍ଜୀ ୯ଥର, ଯଶବନ୍ତ ରାଓ ଚହ୍ୱାନ ୭ ଥର, ସିଡି ଦେଶମୁଖ ୭ ଥର, ଯଶବନ୍ତ ସିହ୍ନା ୭ ଥର, ମନମୋହନ ସିଂ ୬ ଥର, ଟିଟି କ୍ରିଷ୍ଣାମାଚାରୀ ୬ ଥର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ।

୨୦୧୮ ଅର୍ଥମନ୍ତ୍ରୀ ଏକ ବ୍ରଫକେଶରେ ବଜେଟ ନେଇ ଆସିବାର ପରମ୍ପରା ଥିଲା ।  ୨୦୧୯ରେ ନିର୍ମଳା ସୀତାରମଣ ଏହି ପରମ୍ପରାକୁ ଭାଙ୍ଗି ଏକ ଫାଇଲରେ ବଜେଟ ଦସ୍ତାବିଜ ନେଇ ଆସିଲେ । ଏହାକୁ ବହି-ଖାତା କୁହାଯାଉଥିଲା । ଏହି ବହି-ଖାତା ଉପରେ ରାଷ୍ଟୀୟ ପ୍ରତୀକ ବି ରହିଥିଲା । ଏହାପରେ ୨୦୨୦ରେ ନିର୍ମଳା ଆଣିଲେ ଡିଜିଟାଲ ବଜେଟ । ଅର୍ଥାତ ଟାବଲେଟରେ ବଜେଟ ଭାଷଣ ପଢିଥିଲେ ନିର୍ମଳା ।

୧୯୪୭ ନଭେମ୍ବର ୨୬ରେ ଅର୍ଥମନ୍ତ୍ରୀ ଆରକେ ସନମୁଖ ଚେଟ୍ଟୀ ଦେଶର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ଇନ୍ଦିରା ଗାନ୍ଧୀ ପ୍ରଥମ ମହିଳା ମନ୍ତ୍ରୀ ଭାବେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ । ନିର୍ମଳା ହେଉଛନ୍ତି ୨ୟ ମହିଳା ମନ୍ତ୍ରୀ ଯିଏ କି ବଜେଟ ଉପସ୍ଥାପନ କରିଛନ୍ତି ।

ଆଜି ସୁଦ୍ଧା କାହାର ବଜେଟ ଅଭିଭାଷଣ ଲମ୍ବା, କାହାର ଛୋଟ ? ନିର୍ମଳା ସୀତାରମଣ ୨୦୨୦ରେ ଉପସ୍ଥାପନ କରିଥିବା ବଜେଟ ୨ ଘଣ୍ଟା ୪୦ ମିନିଟର ଥିଲା । ଯାହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ଲମ୍ବା ବଜେଟ ଅଧିବେଶନ । ୧୯୭୭ରେ ଏଚଏମ ପଟେଲ ମାତ୍ର ୮୦୦ ଶବ୍ଦରେ ସବୁଠାରୁ ଛୋଟ ବଜେଟ ଉପସ୍ଥାପନ କରିଥିଲେ ।

୧୯୭୩-୭୪ ବଜେଟକୁ କୁହାଯାଏ ବ୍ଲାକ ବଜେଟ । କାରଣ ଏହି ବଜେଟ ଥିଲା ୫୫୦ କୋଟି କ୍ଷତିର ବଜେଯ । ଅର୍ଥମନ୍ତ୍ରୀ ଯଶବନ୍ତରାଓ ବି ଚହ୍ୱାନ ଏହି ବଜେଟ ଉପସ୍ଥାପନ କରିଥିଲେ ।

ଏବେ ରେଳ ବଜେଟ ଓ ସାଧାରଣ ବଜେଟ ଗୋଟିଏ ଦିନରେ କରାଯାଉଛି । ତେବେ ପୂର୍ବରୁ ଅଲଗା ଅଲଗା ଭାବେ ସାଧାରଣ ବଜେଟ ଏବଂ ରେଳ ବଜେଟ ଉପସ୍ଥାପନ କରାଯାଉଥିଲା । ୧୯୨୪ରୁ ଏହି ଧାରା ଚଳି ଆସୁଥିଲା । ୨୦୧୭ରେ ଅରୁଣ ଜେଟଲି ପ୍ରଥମ ଥର ପାଇଁ ରେଳ ଓ କେନ୍ଦ୍ର ବଜେଟ ଗୋଟିଏ ଦିନରେ ଉପସ୍ଥାପନ କରୁଥିଲେ ।

Leave A Reply

Your email address will not be published.