Latest Odisha News

BREAKING NEWS

ଇଭିଏମ ଭାଙ୍ଗିବା ଘଟଣାରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ, ରାମକୃଷ୍ଣ ରେଡ୍ଡୀଙ୍କୁ ଗଣନା କେନ୍ଦ୍ର ପାଖକୁ ଯିବାକୁ ମନା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇବା ଉପରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଆନ୍ଧ୍ରପ୍ରଦେଶର ମତଦାନ କେନ୍ଦ୍ରରେ ଇଭିଏମ ଭାଙ୍ଗିବା ଅଭିଯୋଗରେ ସୁପ୍ରିମକୋର୍ଟ ମଚେରଲା ବିଧାୟକ ପିନେଲି ରାମକୃଷ୍ଣ ରେଡ୍ଡୀଙ୍କୁ ଗଣନା କେନ୍ଦ୍ର କିମ୍ବା ଏହାର ଆଖପାଖ ଅଞ୍ଚଳକୁ ଯିବାକୁ ବାରଣ କରିଛନ୍ତି। କୋର୍ଟ କହିଛନ୍ତି ଯେ, “କଣ ଆମକୁ ପରିହାସ କରାଯାଉଛି କି? ଏହା ଏକ ହାସ୍ୟାସ୍ପଦ କଥା । ଏତେ ସଂଖ୍ୟକ ଲୋକ କିପରି ମତଦାନ ବୁଥରେ ପ୍ରବେଶ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର କୋର୍ଟ ।”

ଜଷ୍ଟିସ ଅରବିନ୍ଦ କୁମାର ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ବିରୋଧୀ ଟିଡିପିର ନମ୍ବୁଦରୀ ଶେଷାଗିରି ରାଓଙ୍କ ଦ୍ଵାରା ରେଡ୍ଡିଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ପିଟିସନର ଶୁଣାଣି ଚାଲିଥିଲା । ଯେଉଁଥିରେ ଅଭିଯୋଗ ହୋଇଥିଲା ଯେ, ରେଡ୍ଡି ଏବଂ ତାଙ୍କ ସହଯୋଗୀମାନେ ମଚେରଲା ମତଦାନ କେନ୍ଦ୍ରରେ ପ୍ରବେଶ କରି ଇଭିଏମ ଭାଙ୍ଗିବା ସହ ଦାଦାଗିରି କରିଥିଲେ । ଅନ୍ୟପକ୍ଷରେ, ଆବେଦନକାରୀ ଭୋଟ ଗଣତି ଦିନ ଏପରି ପରିସ୍ଥିତି ପୁଣି ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ବେଞ୍ଚ ଘଟଣାର ଭିଡିଓ ଦେଖାଇବା ବିଚାରପତିଙ୍କ ସାମ୍ନାରେ ଦେଖାଇଥିଲେ । ଏହାକୁ ଦେଖିବା ପରେ ଏଭଳି ମାମଲାରେ କୋର୍ଟ କିପରି ଅନ୍ତରୀଣ ସୁରକ୍ଷା ଦେଇପାରିବେ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏ ଘଟଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.