Latest Odisha News

ଏହି ରାଜା ପ୍ରଥମେ ଆରମ୍ଭ କରିଥିଲେ ମହାକୁମ୍ଭ ମେଳା…

ପ୍ରୟାଗରାଜ: ପ୍ରୟାଗରାଜରେ ଭବ୍ୟ ଓ ଦିବ୍ୟ ମହାକୁମ୍ଭ ମେଳା ଚାଲିଛି । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ସାଧୁ ସନ୍ଥ ଓ ଭକ୍ତ ମାନେ ଆସି ବୁଡ ପକାଉଛନ୍ତି । ତେବେ କେବଳ ଭାରତ ନୁହଁ, ବିଦେଶରୁ ମଧ୍ୟ ବହୁ ସାଧୁ ଓ ଭକ୍ତମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ବିଶ୍ବାସ ରହିଛି ଯେ, ନିର୍ଦ୍ଧାରିତ ତିଥିରେ ଆୟୋଜିତ କୁମ୍ଭମେଳାରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ।

ତେବେ ଆପଣ ଜାଣନ୍ତି କି ଏହି ପରମ୍ପରା କିଏ ଆଉ କେବେ ଆରମ୍ଭ କରିଥିଲେ ? ଯାହାକୁ ଆଜି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା ବୋଲି କୁହାଯାଉଛି । ଆସନ୍ତୁ ଜାଣିବା…

ପୌରାଣିକ ମତ ଅନୁଯାୟୀ, ଏହି କୁମ୍ଭ ମେଳା ପ୍ରଥମେ ଭାରତର ଶେଷ ମହାନ ସମ୍ରାଟ ରାଜା ହର୍ଷବର୍ଦ୍ଧନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିବେଚନା କରାଯାଏ । ସେ ଉତ୍ତର ଭାରତର ଅନେକ କ୍ଷେତ୍ରରେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଏବଂ ପଞ୍ଜାବ ବ୍ୟତୀତ ସମସ୍ତ ଉତ୍ତର ଭାରତ ଉପରେ ଶାସନ କରିଥିଲେ ।

ସେ ପ୍ରତିବର୍ଷ କୁମ୍ଭରେ ନିଜର ସମସ୍ତ ସମ୍ପତ୍ତି ଦାନ କରୁଥିଲେ ଏବଂ ତାଙ୍କ ପାଖରେ ଥିବା ସମସ୍ତ ଜିନିଷ ଶେଷ ନହେବା ପର୍ଯ୍ୟନ୍ତ ଦାନ ଜାରି ରଖୁଥିଲେ । କୁହାଯାଏ କି ରାଜା ହର୍ଷବର୍ଦ୍ଧନ ପ୍ରୟାଗରାଜକୁ ବହୁ ଦାନ କରିଥିଲେ। ଦାନ କରିବା ପୂର୍ବରୁ ସେ ଭଗବାନ ସୂର୍ଯ୍ୟ, ଶିବ ଏବଂ ବୁଧଙ୍କ ପୂଜା କରୁଥିଲେ । ଏହା ପରେ ବ୍ରାହ୍ମଣ, ଆଚାର୍ଯ୍ୟ ଏବଂ ବୌଦ୍ଧ ଭିକ୍ଷୁକମାନଙ୍କୁ ଦାନ ପ୍ରଦାନ କରୁଥିଲେ ।

ଷଷ୍ଠ ଶତାବ୍ଦୀରେ ରାଜା ହର୍ଷବର୍ଦ୍ଧନଙ୍କ ସମୟରେ ଚାଇନାର ଭ୍ରମଣକାରୀ ହୁଏନ୍ସାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଛି । ହୁଏନ୍ସା କନୌଜ ଠାରେ ଆୟୋଜିତ ଏକ ବିଶାଳ ସଭା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପ୍ରତି ପାଞ୍ଚ ବର୍ଷରେ ହଜାର ହଜାର ଭିକାରୀ ଅଂଶଗ୍ରହଣ କରିଥିଲେ ଏବଂ ମହାମୋକ୍ଷ ହରିଶଦ ନାମକ ଏକ ଧାର୍ମିକ ପର୍ବର ଆୟୋଜନ କରିଥିଲେ ।

Comments are closed.