Latest Odisha News

BREAKING NEWS

ଶୌଚାଳୟ ପାଲଟିଛି ଆକର୍ଷଣର କେନ୍ଦ୍ର

ବେଜିଂ: ଆପଣ କେବେ ବି ଚିନ୍ତା କରିଛନ୍ତି କି ଗୋଟିଏ ଶୌଚାଳୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିବ । ଏହା ସତ୍ୟ । ଚୀନରେ ଏ ଭଳି ଏକ ଶୌଚାଳୟ ଅଛି ଯାହା ଭିତରକୁ ଗଲେ ତୁମେ ଏକ ଭିନ୍ନ ଦୁନିଆକୁ ଆସିଲା ପରି ଅନୁଭବ କରିବ । ହୁନହୁଆଙ୍କ ନାଇଟ ମାର୍କେଟରେ ସର୍ବସାଧାରଣଙ୍କ ପାଇଁ ଏହି ଶୌଚାଳୟ ନିର୍ମାଣ କରାଯାଇଛି । କଳା, ପାରମ୍ପାରିକ ଶୈଳୀ ଏବଂ କାଳ୍ପନିକ ପରିବେଶ ଏହାକୁ ଭିନ୍ନ ଭାବେ ଗଢ଼ି ତୋଳିଛି । ଏହା ମଧ୍ୟରେ ତୁମେ ଯଦି ଅଧିକ ସମୟ ରହିବ ତେବେ ସ୍କ୍ରିନରେ ରଙ୍ଗ ପରିବର୍ତନ ହେବା ସହ ବାହାରକୁ ଆସିବା ପାଇଁ ସତର୍କ କରାଇବ । ଏକ ଗୁମ୍ପାମୟ ପରିବେଶରେ ଏହାକୁ ନିର୍ମାଣ କରାଯାଇଛି ।

ପର୍ଯ୍ୟଟକମାନେ ତାଙ୍କ କାର୍ଯ୍ୟ ସାରିବା ପରେ ଏହା ମଧ୍ୟରେ ସେଲ୍ଫ୍‌ି ନେବାକୁ ଭୁଲୁ ନାହାନ୍ତି । ଏହା ମଧ୍ୟରେ ଏକ ମଦର-ବେବୀ ରୁମ ରହିଛି । ଆଂଟି ବ୍ୟାକ୍ଟେରିଆଲ ନର୍ସିଂ ଟେବୁଲ, ଅଟୋ କ୍ଲିନିଂ ଏବଂ ଛୋଟ ପିଲାମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଗୋଟେ ଶୌଚାଳୟକୁ ଏପରି ରୂପ ଦେବା କେହି କେବେ ଚିନ୍ତା କରି ନ ଥିଲେ । ଏଥିରେ ଅନୁପ୍ରାଣିତ ହୋଇ ଅନ୍ୟ ବଡ ବଡ ମାର୍କେଟ ଏହି ଭଳି ଶୌଚାଳୟ ନିର୍ମାଣ କରିବା ଆରମ୍ଭ କରିଛନ୍ତି ।

Comments are closed.