Latest Odisha News

BREAKING NEWS

ଅଜବ ଗଜବ: ନାଁ ବି ଅଜବ ଗାଁ ବି ଅଜବ, ଲୋକମାଙ୍କର ନାଁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ରାଜସ୍ଥାନ: ଆପଣ ଅନେକ ଅଜବ ଗାଁ ବିଷୟରେ ଶୁଣିଥିବେ । କିଛି ଗାଁ ସେଠାର ନାଁ ପାଇଁ ବିଶେଷ ହୋଇଥାଏ ତ ଆଉ କିଛି ଗାଁ ତା’ର କିମ୍ବଦନ୍ତି ପାଇଁ । କିନ୍ତୁ ରାଜସ୍ଥାନରେ ଏକ ଗାଁ ଅଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଵର୍ଯ୍ୟ ହେବେ । ଏହି ଗାଁ ର ନାଁ ଯେମିତି ଅଜବ ଗାଁ ବି ସେମିତି ଅଜବ । ଏହି ଗାଁରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ନାଁ ରାଷ୍ଟ୍ରପତି, କଲେକ୍ଟର ଇତ୍ୟାଦି ରହିଛି । ଯେ କେହି ବି ଏହି ନାଁ ଶୁଣି ଆଶ୍ଚର୍ଯ୍ୟ ହେବା ସ୍ଵଭାବିକ ।

ତେବେ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ରାମନଗର ନାମକ ଏକ ଗାଁ ରହିଛି । ଯେଉଁଠି ଅଧିକରୁ ଅଧିକ କଞ୍ଜର ଏବଂ ମୋଙ୍ଗିୟା ସମୁଦାୟର ଲୋକ ରହୁଛନ୍ତି । ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କଲେକ୍ଟର ଏବଂ ସୋନିଆଙ୍କ ଠୁ ପ୍ରିୟଙ୍କା ପର୍ଯ୍ୟନ୍ତ ନାଁ ରହିଛି । ଗ୍ରାମବାସୀ ନିଜ ନିଜ ଭିତରେ ଏହି ନାମ ଧରି ଡାକିଥାନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୋନିଆ, ରାହୁଲ, ପ୍ରିୟଙ୍କା, ଆଇଜି, ଏସପି, ହାବିଲଦାର, ମାଜିଷ୍ଟ୍ରେଟ୍, ସିମ୍ କାର୍ଡ, ଚିପ୍ ଭଳି ନାଁ ଗାଁରେ ଭରି ରହିଛି।  ଗାଁ ଲୋକଙ୍କର ଏମିତି ନାମ ରହିବା ପଛରେ ବି କାରଣ ରହିଛି।

ଗାଁକୁ ଥରେ ମାତ୍ର ପାଇଁ ଯେତେବେଳେ ଜିଲ୍ଲାପାଳ ଯାଇଥିଲେ ସେତେବେଳେ ଜଣେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସେଥିପାଇଁ ସେ ପୁଅର ନାମ କଲେକ୍ଟର ରଖି ଦେଇଥିଲେ । ତାଙ୍କ ନାମ କଲେକ୍ଟର କିନ୍ତୁ ୫୪ ବର୍ଷୟୀ ଏହି ବ୍ୟକ୍ତି କେବେ ବି ସ୍କୁଲ ମାଟି ମାଡ଼ିନାହାନ୍ତି । ସେହିଭଳି ଜଣେ ଲୋକ କଂଗ୍ରେସ ପ୍ରତି ପ୍ରଭାବିତ ହୋଇଥିଲେ । ସେଥିପାଇଁ  ସେ ନିଜ ଘର ଲୋକଙ୍କ ନାଁ ସୋନିଆ, ରାହୁଲ, ପ୍ରିୟଙ୍କା ରଖିଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ ନାମ ହାଇକୋର୍ଟ ଏଥିପାଇଁ ରହିଛି, ତାଙ୍କର ଜନ୍ମ ସମୟରେ ତାଙ୍କ ଦାଦାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ।

ବିଚିତ୍ର ନାମରେ ଭରା ଏହି ଗାଁର ଅଧିକାଂଶ ଲୋକ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଲୋକଙ୍କ ଅଧିକାଂଶ ସମୟ କୋର୍ଟ ଥାନାରେ କଟିଥାଏ । ସେଥିପାଇଁ ଅପରାଧିକ ଏବଂ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି ନାମ ରଖିଛନ୍ତି ସେମାନେ । ବୁନ୍ଦିରେ ଏଭଳି ଆଉ ଏକ ଗାଁ ରହିଛି, ଯେଉଁଠି ଲୋକଙ୍କ ନାମ ମୋବାଇଲ ବ୍ରାଣ୍ଡ, ଆସୋସରିଜ ଏବଂ ଖାଦ୍ୟପଦାର୍ଥ ଭଳି ନାଁରେ ନାମକରଣ କରାଯାଇଛି । ଏଥିରେ ନୋକିଆ, ସାମସଙ୍ଗ, ସିମ୍ କାର୍ଡ ପ୍ରମୁଖ ଅଟେ । ସେହିଭଳି ଅରନିଆ ଗାଁରେ ମହିଳାଙ୍କ ନାଁ ମିଠାରେ ରଖାଯାଇଛି । ଏଥିରେ ନମକିନ୍, ଫୋଟୋବାଇ, ଜଲେବି ପ୍ରମୁଖ ରହିଛି ।

 

 

Comments are closed.