Latest Odisha News

ମଣିଷ ଦେହରେ ବିରଳ ରକ୍ତ, ଅମର କରିଦେଉଛି ଏହି ବଲ୍ଡ ଗ୍ରୁପ୍ !

ନୂଆଦିଲ୍ଲୀ: ମଣିଷ ଦେହରେ ରହିଛି ସୁନାର ରକ୍ତ । ଯାହା ଏତେ ମୂଲ୍ୟବାନ ଓ ବିରଳ ଯେ ଦୁନିଆର ମାତ୍ର ୪୫ ଜଣଙ୍କ ପାଖରେ ରହିଛି ଏରି ରକ୍ତ । ଆଉ ଏହି ରକ୍ତ କୁଆଡ଼େ ଅମର ବି କରିପାରେ । ଆସନ୍ତୁ ଜାଣିବା କ’ଣ ଏହି ସୁନାର ରକ୍ତ ? କେଉଁଠି ଦେଖାଯାଏ…

ମେଡିକାଲ ସାଇନ୍ସ କହୁଛି, ମାନବ ଶରୀରରେ ଆଠ ପ୍ରକାରର ବ୍ଲଡ ଗ୍ରୁପ ରହିଛି। କିନ୍ତୁ ବଜ୍ଞାନିକମାନେ ମାନବ ଶରୀରରେ ଏକ ବିରଳ ତଥା ନୂତନ ପ୍ରକାରର ବ୍ଲଡ ଗ୍ରୁପ ଆବିଷ୍କାର କରିଛନ୍ତି। ଯେଉଁ ରକ୍ତ ଦୁନିଆର କେବଳ ୪୫ ଜଣଙ୍କ ନିକଟରେ ରହିଛି । ‘ସାଇନ୍ସ ମ୍ୟୁଜିୟମ୍ ଗ୍ରୁପ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାଚୀନ ଗ୍ରୀସ୍‌ରେ, ଦେବତାମାନଙ୍କ ଶରୀରରେ ସୁନାର ରକ୍ତ ବୋହୁଛି । ଯାହାକୁ ଇକର କୁହାଯାଉଥିଲା। ଏହି ତରଳ ପଦାର୍ଥ ସେମାନଙ୍କୁ ଅମର କରିଥିଲା । କିନ୍ତୁ ଏହାକୁ ମର୍ତ୍ତ୍ୟ ମଣିଷ ଅର୍ଥାତ୍ ସାଧାରଣ ଲୋକଙ୍କ ପାଇଁ ବିଷାକ୍ତ ବୋଲି ବିବେଚନା କରାଯାଉଥିଲା।

୧୯୬୧ ମସିହାରେ, ‘ସୁବର୍ଣ୍ଣ ରକ୍ତ’ ଥିବା ଜଣେ ବ୍ୟକ୍ତିଙ୍କୁ ଆବିଷ୍କାର କରାଯାଇଥିଲା। ଏହାର ବିରଳତା ଏବଂ ଅପାର ବୈଜ୍ଞାନିକ ଗୁରୁତ୍ୱ ଯୋଗୁଁ ଏହା ସୁନା ରକ୍ତ ଭାବରେ ଜଣାଶୁଣା। ତଥାପି, ଏହି ବିରଳ ରକ୍ତ ବିଷୟରେ ସୂଚନା ଦୀର୍ଘ ସମୟ ଧରି ଲୋକଙ୍କଠାରୁ ଲୁଚାଇ ରଖାଯାଇଥିଲା। କିନ୍ତୁ ଏବେ ଏହା ବିଷୟରେ ସମଗ୍ର ବିଶ୍ୱରେ ସାର୍ବଜନୀନ ହୋଇଯାଇଛି।

Comments are closed.