Latest Odisha News

BREAKING NEWS

ବିଚିତ୍ର ଗାଁ, ବିବାହ ପରେ ଝିଅ ଯାଏନା ଶାଶୂ ଘର

ଲକ୍ଷ୍ନୌ: ସାଧାରଣତଃ ଝିଅମାନେ ବିବାହ ପରେ ନିଜ ଶାଶୂ ଘରକୁ ଯାଆନ୍ତି । ବାକି ଜୀବନ ସେଠାରେ ବିତାଇଥା’ନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ନିଜ ଶାଶୂ ଘରକୁ ଯାଆନ୍ତି ନାହିଁ ବରଂ ଜ୍ୱାଇଁ ଝିଅ ଘରେ ରହିଥାନ୍ତି । ଉତ୍ତରପ୍ରଦେଶର କୌଶଂମ୍ବୀ ଜିଲ୍ଲାର ହିଙ୍ଗୁଳପୁର ଗାଁ । ଏହା ଜ୍ୱାଇଁଙ୍କ ଗାଁ ଭାବରେ ବେଶ୍ ଜଣାଶୁଣା ।

ଏକ ସମୟ ଥିଲା ଯେତେବେଳେ ହିଙ୍ଗୁଳପୁର ଗାଁ ଯୌତୁକ ଏବଂ ଭ୍ରୁଣ ହତ୍ୟା ପାଇଁ ଆଗରେ ଥିଲା । କିନ୍ତୁ ଆଜିର ସମୟରେ ଏହି ଗାଁ ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ଏକ ନିଆରା ପଦକ୍ଷପ ଆପଣେଇଛି । ଗାଁର ବୟସ୍କମାନେ ମିଶି ନିଷ୍ପତି ନେଇଥିଲେ ଯେ, ବିବାହ ପରେ ଝିଅମାନଙ୍କୁ  ଶାଶୁ ଘରକୁ ନ ପଠାଇ ନିଜ ଘରେ ରଖିବେ । ଏହି ନିଷ୍ପତି ଉପରେ ଗାଁରେ ଥିବା ମୁସଲମାନ ସମ୍ପ୍ରଦାୟ ମଧ୍ୟ ସମ୍ମତି ଜଣାଇଥିଲେ ।

ଗାଁର ଲୋକମାନେ ଜ୍ୱାଇଁମାନଙ୍କୁ ରହିବାଠୁ ନେଇ ରୋଜଗାର ପର୍ଯ୍ୟନ୍ତ କେଉଁଥିରେ ଯେପରି  ଅସୁବିଧା ନ ହେବ ସେଥିପାଇଁ ଏହାର ବିଶେଷ ଧ୍ୟାନ ରଖିଥାନ୍ତି । କାନପୁର, ଫତେହପୁର, ପ୍ରତାପଗଡ, ଆହ୍ଲାବାଦ ଏବଂ ବୃନ୍ଦା ପରି ନିକଟ ଜିଲ୍ଲାର ପୁଅମାନେ ହିଙ୍ଗୁଳପୁର ଗ୍ରାମରେ ରହୁଛନ୍ତି। ଏହି ପରମ୍ପରା ପିଢି ପିଢି ଧରି ଚାଲିଆସୁଛି । କେବଳ ହିଙ୍ଗୁଳପୁର ଏପରି ଗାଁ ନୁହେଁ। ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ମୁଖ୍ୟାଳୟ ନିକଟରେ ମଧ୍ୟ ଏମିତି ଏକ ଗାଁ ରହିଛି, ଯେଉଁଠାରେ ଜ୍ୱାଇଁମାନେ ଆସି ଶ୍ୱଶୁର ଘରେ ରୁହନ୍ତି।

ବିବାହ ପରେ ମଧ୍ୟ ଝିଅମାନଙ୍କୁ ସେମାନଙ୍କ ପାଖରେ ରଖିବାର ଏକ ମୁଖ୍ୟ କାରଣ ହେଉଛି, ଯଦି ଝିଅର ବିବାହ ଦୂର ଜାଗାରେ ହୁଏ ତାହାଲେ ସେ ପରିବାର ବିଷୟରେ ସଠିକ ତଥ୍ୟ ଜଣାପଡି ନଥାଏ । ଯେଉଁ କାରଣରୁ ବିବାହ ପରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଏପରି ପ୍ରଥା ଚାଲି ଆସୁଛି|

Leave A Reply

Your email address will not be published.