Latest Odisha News

ଦୁନିଆର ସବୁଠୁ ବୟସ୍କ କୁକୁର, ବୟସ ୩୦ ବର୍ଷ ୨୬୬ ଦିନ

ଲିସବନ(ପର୍ତ୍ତୁଗାଲ):  ଯଦି ଆପଣକୁ ପଚରାଯାଏ ଦୁନିଆର ସବୁଠୁ ବୟସ୍କ କୁକୁର ଦେଖିଛନ୍ତି କି, ଏହାର ଉତ୍ତର ବୋଧହୁଏ ଆପଣ ଦେଇ ପାରିବେ ନାହିଁ । ତାହାଲେ ଆସନ୍ତୁ ଜାଣିବା ସର୍ବପୁରାତନ କୁକୁର ବିଷୟରେ । ସବୁଠୁ ବୟସ୍କ କୁକୁରର ନାଁ ହେଉଛି ବୋବି । ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି  ବୋବି।  ରେକର୍ଡ ଅନୁଯାୟୀ ବୋବିର ବୟସ ୩୦ ବର୍ଷ ୨୬୬ ଦିନ।

କୁକୁରମାନଙ୍କର ବୟସ ଅତିବେଶୀରେ  ୧୪କିମ୍ବା ୧୫ ବର୍ଷ ହୋଇଥାଏ । ହେଲେ ବୋବି ଏ ବୟସରେ ବି  ସୁସ୍ଥ ଅଛି । ବୋବି ପର୍ତ୍ତୁଗାଲର ଲେରିଆର ଗ୍ରାମାଞ୍ଚଳର କୋଷ୍ଟା ପରିବାରର ସଦସ୍ୟ ।

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ବୋବି ଏକ ଶୁଦ୍ଧ ପ୍ରଜାତିର ରାଫେରୋ ଡୋ ଆଲେଣ୍ଟେଜୋ ପ୍ରଜାତିର କୁକୁର । ଏହି ପ୍ରଜାତିର କୁକୁରମାନେ ମଧ୍ୟ ହାରାହାରି ୧୨ ରୁ୧୪ବର୍ଷ ବଞ୍ଚନ୍ତି । ଏତେ ବୃଦ୍ଧ ହୋଇ ମଧ୍ୟ ବୋବି ସମ୍ପୂର୍ଣ୍ଣ ସୁସ୍ଥ । ସବୁଠୁ ବୟସ୍କ କୁକୁର ଅଷ୍ଟ୍ରେଲିୟ ବ୍ଲୁ, ୧୯୩୯ ମସିହାରେ ୨୯ ବର୍ଷ ପାଞ୍ଚ ମାସ ବୟସରେ ମୃତ୍ୟୁ ବରଣ କରିଥିଲା।


ବୋବିର ଏକ ଭିଡିଓ ସେୟାର କରି ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଲେଖାଯାଇଛି, ନୂତନ ରେକର୍ଡ: ସବୁଠୁ ବୟସ୍କ କୁକୁର, ବବି ଏବେ ୩୦ ବର୍ଷ ୨୬୬ଦିନରେ ପଦାର୍ପଣ କରିଛି । କୋଷ୍ଟା ପରିବାରର ସଦସ୍ୟ ଲିଓନେଲ କୋଷ୍ଟା କହିଛନ୍ତି, ଦୀର୍ଘ ଜୀବନର ରହସ୍ୟ ହେଉଛି ବୁଲିବା, ମାନବ ଖାଦ୍ୟ ଏବଂ ଅନ୍ୟ ଜୀବଜନ୍ତୁଙ୍କ ସହ ମିଳାମିଶା କରିବା ।  ବୋବିକୁ କେବେ ବନ୍ଧା ଯାଏ ନାହିଁ । ସେ ସବୁବେଳେ ଘରରେ ଓ କ୍ଷେତରେ ବୁଲିଥାଏ । ବୋବି ୧୧ ମେ ୧୯୯୨ରେ ଜନ୍ମଗ୍ରହଣ କରିଥିଲା । ଆମେ ଯାହା ଖାଉଛୁ ବୋବି ତାହା ଖାଏ । ପଶୁମାନଙ୍କର ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ସହିତ ସେ ମଣିଷ ପାଇଁ ତିଆରି ହୋଇଥିବା ଜିନିଷକୁ ମଧ୍ୟ ଆନନ୍ଦରେ ଖାଏ ।

Leave A Reply

Your email address will not be published.