Latest Odisha News

BREAKING NEWS

ଦେଶ ଜିତିବା ପରେ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଭାରତ ନାଁରେ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ। ପାକିସ୍ତାନ ମ୍ୟାଚ ଜିତିବା ଖୁସିରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ ଭାରତ ନାଁରେ ବିବାଦୀୟ ବୟାନ ଦେଇଛନ୍ତି । କାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ,ଏକ ଭିଡିଓ ଜାରି କରି ପାକିସ୍ତାନ ମନ୍ତ୍ରୀ ନିିଜ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।  ତା ସହ ପାକିସ୍ତାନ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । କେବଳ ସେତିକି ନୁହେଁ ଭାରତର ମୁସମାନମାନଙ୍କୁ ନେଇ ସେ ଏକ ଅଭୁତ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତର ମୁସଲମାନ ମାନଙ୍କର ଆବେଗ ମଧ୍ୟ ପାକିସ୍ତାନ ଟିମ୍ ସହ ଥିଲା । ଅନ୍ୟପଟେ ଭାରତ ସହ ବିଶ୍ୱର ସମସ୍ତ ମୁସଲମାନ ମାନଙ୍କ ଆବେଗ ପାକିସ୍ତାନ ଟିମ ସହ ଥିଲା । ସାରା ବିଶ୍ୱକୁ ମୁସଲମାନ ମାନଙ୍କ ବିଜୟର ଅଭିନନ୍ଦନ ଜଣାଇଛନ୍ତି ସେ । ୧ ମିନିଟ୍ ୧୧ ସେକେଣ୍ଡର ଏହି ଭିଡିଓରେ ଶେଖ ରଶିଦ୍ କହିଛନ୍ତି, ମୁଁ ପାକିସ୍ତାନର ବିଜୟରେ ପୁରା ସମ୍ପ୍ରଦାୟର ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ଆମ ଟିମ୍‌ ଯେଉଁଭଳି ଭାବରେ ସାହାସ ଦେଖାଇଛି ତାକୁ ସଲାମ କରୁଛି ବୋଲି ଶେଖ ରସିଦ କହିଛନ୍ତ ।

Leave A Reply

Your email address will not be published.