Latest Odisha News

କୁମ୍ଭକର୍ଣ୍ଣ ପରି ଶୁଅନ୍ତି ମହିଳା, ବିସ୍ଫୋରଣ ହେଲେ ବି ଉଠନ୍ତି ନାହିଁ

ନ୍ୟୁୟର୍କ: ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ । ଯିଏ ଥରେ ଶୋଇଲେ ମାସ ମାସ ଧରି ଉଠି ନ ଥାନ୍ତି । କିନ୍ତୁ ଆମେରିକାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ନିଦ ମଧ୍ୟ କୁମ୍ଭକର୍ଣ୍ଣଙ୍କ ପରି । ସେ ଥରେ ଶୋଇଲେ ୨ ସପ୍ତାହ ପର୍ଯ୍ୟନ୍ତ ଉଠି ନ ଥାନ୍ତିି । ସେ କ’ଣ ପାଇଁ ଦୀର୍ଘ ଦିନ ଧରି ଶୋଇ ରହିଥାନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାରେ ରୁହନ୍ତି ୨୪ ବର୍ଷୀୟା ବେଲା ଆଣ୍ଡ୍ରୁ । ବୃତ୍ତିରେ ସେ ଜଣେ ନର୍ସ । ସେ ଥରକେ ୨ ସପ୍ତାହ ଯାଏଁ ଶୋଇଥାନ୍ତି । ଯେତେ ଡ଼ାକିଲେ ବି ଶୁଣନ୍ତି ନାହିଁ । ବାସ୍ତବରେ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଅନେକ ସମସ୍ୟା ଦେଖାଦେଇଥାଏ । ବେଲା କହିଛନ୍ତି, ଗତ ମାସରେ ମୁଁ ଜାଣିବାକୁ ପାଇଲି ଯେ ମୋର କ୍ଲିନ୍‌-ଲେଭିନ ସିଣ୍ଡ୍ରୋମ ନାମକ ଏକ ସମସ୍ୟା ଅଛି । ଏହି କାରଣରୁ ମୁଁ ଦୀର୍ଘିଦିନ ଧରି ଶୋଇଥାଏ । ବେଳେବେଳେ ୨ ସପ୍ତାହ ପର୍ଯ୍ୟନ୍ତ ନିଦରୁ ଉଠିପାରେ ନାହିଁ । ଏହି ରୋଗ ହେତୁ ଜୀବନ ଭୟଭୀତ ହୋଇପଡ଼ିଛି । ଏହି ଶୋଇବା ହେତୁ ମୁଁ ନିଜ ଜନ୍ମଦିନକୁ ମଧ୍ୟ ଭୁଲି ଯାଇଥିଲି । ପରିବାର ସଦସ୍ୟ ଆସି ଏକ ପାର୍ଟି କରିଥିଲେ କିନ୍ତୁ ମୁଁ ନିଜେ ମୋ ଜନ୍ମଦିନ ଭୋଜିରେ ଯୋଗ ଦେଇ ପାରି ନ ଥିଲି ।

ବେଲା ଏବେ ଫ୍ୟାନ୍ସ ମେଗ୍ ଷ୍ଟୋନଙ୍କ ସହ ଡିଭନରେ ରୁହନ୍ତି । ସେ ପ୍ରଥମେ ୨୦୧୬ ଏହା ଅନୁଭବ କରିଥିଲେ, ଯେତେବେଳେ ସେ ଏକ ପାର୍ଟିରେ ପାନ କରିଥିଲେ; ଏହା ପରେ, ଯେତେବେଳେ ସେ ଘରକୁ ଆସି ଶୋଇବାକୁ ଗଲେ, ସେ ୧୦ ଦିନ ପର୍ଯ୍ୟନ୍ତ ଶୋଇଥିଲେ । ସେବେଠାରୁ ଏହା ଅନେକ ଥର ଘଟିଛି ଯେ ପ୍ରତି ଚାରି ସପ୍ତାହରେ ଥରେ ସେ ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ନିରନ୍ତର ଶୋଇଥା’ନ୍ତି । ପାଖରେ ବିସ୍ଫୋରଣ ହେଲେ ମଧ୍ୟ ତାଙ୍କୁ ଜଣାପଡ଼େ ନାହିଁ ।

କିଛି ଦିନ ପୂର୍ବରୁ ବ୍ରିଟେନରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ରୋଡା ରୋଡ୍ରିଗେଜ ଡିଆଜ ନାମକ ଏକ ୨୧ ବର୍ଷୀୟା ଯୁବତୀଙ୍କର ଏହି ରୋଗ ହୋଇଥିଲା । ସେ ତିନି ସପ୍ତାହ ପର୍ଯ୍ୟନ୍ତ ନିରନ୍ତର ଶୋଇଥିଲେ । ଥରେ ଏହି କାରଣରୁ ସେ ସ୍ନାତକୋତ୍ତର ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଥରେ ସେ ଶୋଇପଡିବା ପରେ ସେ ଅତି କମ୍‌ରେ ୨୧ ଘଣ୍ଟା ଶୋଇବା ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉପଶମ ନାହିଁ । ଡାକ୍ତରଙ୍କ ଅନୁଯାୟୀ, ଏହା ଏକ ସ୍ନାୟୁଗତ ରୋଗ ଏବଂ ସ୍ଲିପିଂ ବିୟୁଟି ସିଣ୍ଡ୍ରୋମର ପ୍ରଭାବ ବୟସ ସହିତ କମିଯାଏ ।

Leave A Reply

Your email address will not be published.