ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ ଭିତରେ ମାତ୍ର ୧୦ ଦିନ ଭିତରେ ମୋଟ ୧୮୯ଟି ସ୍ଥାନରେ ଚଢ଼ଉ ହୋଇଥିଲା। ହଜାରରେ ଅଧିକ ଜୁଆଡ଼ି ଗିରଫ ହେବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ଭିତରେ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୨୭ଟି ଜୁଆ ଆଡ୍ଡାରେ ଚଢଉ କରାଯାଇଥିଲା। ୧୯୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୨ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ବହୁ ସଂଖ୍ୟେର ବାଇକ୍ ଏବଂ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଗଞ୍ଜାମ ଏସ୍ବି ବ୍ରିଜେଶ ରାଏଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦ ଦିନ ଭିତରେ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୧୬୨ଟି ଜୁଆ ଆଡ୍ଡାରେ ଚଢଉ ହୋଇଛି। ୮୮୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶା ଜୁଆଖେଳ ନିରୋଧ ଆଇନ ଧାରା ୩ ଅନୁସାରେ ଏହା ବେଆଇନ ହୋଇଥିବା ବେଳେ ଜୁଆଡିଙ୍କୁ ୧ ମାସର ଜେଲଦଣ୍ଡ ଓ ୧୦୦ ଟଙ୍କା ଜୋରିମାନା ଆଦାୟର ନିୟମ ରହିଛି। ତେବେ ଗଞ୍ଜାମ ଜିଲାରେ ଯେଉଁ ଜୁଆଡ଼ିମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବହୁ ମହିଳା ମଧ୍ୟ ରହିଛନ୍ତି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କଟକଣା ଯୋଗୁ ପାର୍ବଣ ଋତୁ ଫିକା ପଡ଼ିଥିଲା। ଚଳିତ ବର୍ଷ କଟକଣା ନଥିବା ଯୋଗୁ ପାର୍ବଣ ସହିତ ଖେଳ ମଧ୍ୟ ଜମି ଥିଲା। ପୋଲିସର ବାରମ୍ବାର ଚଢ଼ଉ ସତ୍ତ୍ବେ ଖେଳ ଚାଲିଥିଲା। ଜୁଆଡିମାନେ କେଉଁଠି କ୍ଲବ ଘରେ ତ’ ଆଉ କେଉଁଠି କାହା ଘରେ ଖେଳିଥିଲେ ।
BREAKING NEWS
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
Comments are closed.