ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ ଭିତରେ ମାତ୍ର ୧୦ ଦିନ ଭିତରେ ମୋଟ ୧୮୯ଟି ସ୍ଥାନରେ ଚଢ଼ଉ ହୋଇଥିଲା। ହଜାରରେ ଅଧିକ ଜୁଆଡ଼ି ଗିରଫ ହେବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ ଦିନ ଭିତରେ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୨୭ଟି ଜୁଆ ଆଡ୍ଡାରେ ଚଢଉ କରାଯାଇଥିଲା। ୧୯୭ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୨ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ବହୁ ସଂଖ୍ୟେର ବାଇକ୍ ଏବଂ ମୋବାଇଲ୍ ମଧ୍ୟ ଜବତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଗଞ୍ଜାମ ଏସ୍ବି ବ୍ରିଜେଶ ରାଏଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦ ଦିନ ଭିତରେ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଥିବା ୧୬୨ଟି ଜୁଆ ଆଡ୍ଡାରେ ଚଢଉ ହୋଇଛି। ୮୮୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୭ ଲକ୍ଷ ୨୯ ହଜାର ଟଙ୍କା ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶା ଜୁଆଖେଳ ନିରୋଧ ଆଇନ ଧାରା ୩ ଅନୁସାରେ ଏହା ବେଆଇନ ହୋଇଥିବା ବେଳେ ଜୁଆଡିଙ୍କୁ ୧ ମାସର ଜେଲଦଣ୍ଡ ଓ ୧୦୦ ଟଙ୍କା ଜୋରିମାନା ଆଦାୟର ନିୟମ ରହିଛି। ତେବେ ଗଞ୍ଜାମ ଜିଲାରେ ଯେଉଁ ଜୁଆଡ଼ିମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବହୁ ମହିଳା ମଧ୍ୟ ରହିଛନ୍ତି। ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କଟକଣା ଯୋଗୁ ପାର୍ବଣ ଋତୁ ଫିକା ପଡ଼ିଥିଲା। ଚଳିତ ବର୍ଷ କଟକଣା ନଥିବା ଯୋଗୁ ପାର୍ବଣ ସହିତ ଖେଳ ମଧ୍ୟ ଜମି ଥିଲା। ପୋଲିସର ବାରମ୍ବାର ଚଢ଼ଉ ସତ୍ତ୍ବେ ଖେଳ ଚାଲିଥିଲା। ଜୁଆଡିମାନେ କେଉଁଠି କ୍ଲବ ଘରେ ତ’ ଆଉ କେଉଁଠି କାହା ଘରେ ଖେଳିଥିଲେ ।
BREAKING NEWS
- ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ
- ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ
- ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…
- ଖାମେନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ‘ଯୁଦ୍ଧ’ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ଇରାନ ରାଷ୍ଟ୍ରପତିଙ୍କ ଧମକ
- Loot from Bank: ବନ୍ଧୁକ ମୁନରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍; ୫ କୋଟିରୁ ଅଧିକ ସୁନା…
- ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ
- ମୁମ୍ବାଇ ମେୟର ନିର୍ବାଚନରେ ଟ୍ୱିଷ୍ଟ: ଶିବସେନାର ସିନ୍ଦେ ଗୋଷ୍ଠୀ ସହିତ ବିବାଦ ମଧ୍ୟରେ ବିଜେପିକୁ ଉଦ୍ଧବ ଠାକରେଙ୍କ ସମର୍ଥନ!
- ଭାଇରାଲ ହେଉଛି ଜଗନ୍ନାଥଙ୍କ ଏହି ଫଟୋ
- Ayushman Yojana: ଆଗାମୀ ୩ ଦିନରେ ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ
- Teachers’ Fight in Sambalpur: ୨ ଶିକ୍ଷୟିତ୍ରୀ ହାତାହାତି ଘଟଣା; ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ
Comments are closed.