Latest Odisha News

ସ୍କୁଲରେ ପାଠ ପଢ଼ିଲେ ଲଡୁ ଗୋପାଳ, ଭଲ ମାର୍କ ବି ରଖିଲେ

ଆଗ୍ରା: ବିଶ୍ୱାସ ନ ହେଲେ ବି ସତ । ଲଡୁ ଗୋପାଳ ସ୍କୁଲରେ ପାଠ ପଢ଼ୁଛନ୍ତି ଏବଂ ଭଲ ନମ୍ବର ମଧ୍ୟ ରଖୁଛନ୍ତି । ଘଟଣାଟି ଉତରପ୍ରଦେଶର ଆଗ୍ରାର । ଏଠାରେ ଭଗବାନ ଶ୍ରୀକୃଷ୍ଣ ପ୍ରତି ଅତ୍ୟଧିକ ମୋହ ରଖିଥିବା ଗୋଟିଏ ପରିବାରର ୩ଜଣ ମହିଳା ଲଡୁ ଗୋପାଳଙ୍କୁ ଅନ୍ୟ ଛୋଟପିଲାଙ୍କ ପରି ସ୍କୁଲରେ ଦାଖଲ କରିଥିଲେ । ସେମାନଙ୍କ ନାମ କେଶବ, ମାଧବ ଓ ରାଘବ ରଖାଯାଇଛି । ପ୍ରତ୍ୟେକ ଦିନ ସକାଳୁ ଲଡୁ ଗୋପାଳଙ୍କୁ ଉଠାଇ ସ୍ନାନ କରାଇ ଟିଫିନ ଏବଂ ବ୍ୟାଗ ସହିତ ସ୍କୁଲ ପଠାଇଥାନ୍ତି । ରାତିରେ ସେମାନଙ୍କ ହୋମୱର୍କ ମଧ୍ୟ କରାଯାଇଥାଏ । ସେମାନେ ଏବେ ନର୍ସରୀରେ ପଢ଼ୁଛନ୍ତି । ପରୀକ୍ଷାରେ ୫୫୦ରୁ ୫୪୬ ନମ୍ବର ରଖିଛନ୍ତି ।

ସ୍କୁଲ ପକ୍ଷରୁ ମଧ୍ୟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଲଡୁ ଗୋପାଳଙ୍କୁ ପଢ଼ିବା ପାଇଁ ଅନୁମତି ଦିଆ ଯାଇଥିଲା । ସେମାନଙ୍କଠାରୁ ଫିସ ରଖାଯାଉ ନାହିଁ । ଏହି ୩ ମହିଳାଙ୍କ ନିଜର ପିଲାମାନେ ମଧ୍ୟ ଅଛନ୍ତି । ସମସ୍ତେ ବଡ ବଡ ଚାକିରୀ କରୁଛନ୍ତି । ପିଲାବେଳୁ ଲଡୁ ଗୋପଳଙ୍କୁ ସେମାନେ ନିଜର ସନ୍ତାନ ପରି ପାଳି ଆସିଥିବାରୁ ଏ ଭଳି କାର୍ଯ୍ୟ ନିଷ୍ଠାପର ଭାବେ କରୁଛନ୍ତି ବୋଲି କହିଛନ୍ତି । ଜନ୍ମ ଦିନରେ ସ୍କୁଲପିଲାମାନଙ୍କୁ ଚକୋଲେଟ ଏବଂ ମିଠା ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.