ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ଓଡ଼ିଶାରୁ ବିଜେଡିର ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଏହି ତିନି ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବିଧାନସଭାର ରିଟର୍ଣ୍ଣିଂ ଅଫିସର। ଏହି ତିନି ଜଣ 6 ବର୍ଷ ପାଇଁ ରାଜ୍ୟସଭା ସଦସ୍ୟ ଭାବେ କାମ କରିବେ।
ପ୍ରସନ୍ନ ଆଚାର୍ୟ୍ୟ, ଏନ୍ ଭାସ୍କର ରାଓ ଓ ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମେ’ 24 ତାରିଖରେ 3ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ତାରିଖ ଘୋଷଣା କରାଯାଇଥିଲା। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ 31 ଥିଲାବେଳେ ପ୍ରତ୍ୟାହାରର ତାରିଖ ଜୁନ୍ 3 ଥିଲା।
କୌଣସି ଦଳରୁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ କିମ୍ବା ବିଜେଡି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିବାରୁ ଏହି ତିନି ପ୍ରାର୍ଥୀଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଘୋଷଣା କରାଯାଇଛି।
ନିର୍ବାଚନ ପରେ ଏହି ତିନି ନେତା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ 6 ରହିଛି। ଏହି ଆସନ ପାଇଁ ବିଜେଡିର ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ବିଶି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ, ଯଦି ସେ ତାଙ୍କ ପ୍ରାର୍ଥପତ୍ର ପ୍ରତ୍ୟାହାର ନ କରନ୍ତି।
Comments are closed.