Latest Odisha News

BREAKING NEWS

ପିଚୁ କଡେଇରେ ପଡ଼ିଗଲେ ୩ ଶିଶୁ, ତାପରେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳ କନକନା ଗାଁରେ ଅଘଟଣ । କନକନା ଗାଁ ରାସ୍ତା କାମ ଚାଲୁଥିଲା । ହଠାତ ପିଚୁ କଡେି ଭିତରେ ୩ ଜଣ ଶିଶୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଶିଶିମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ ।

ସୂଚନା ଅନୁସାରେ, କନକନା ଗାଁର ରାସ୍ତା କାମ ଚାଲିଛି । ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ଆଜି ସକାଳୁ କିଛି ପିଲା ପିଚୁ କଡେି ଥିବା ପାଖରେ ଖେଳୁଥିଲେ । ପିଲାମାନେ ଖେଳୁଥିବା ସମୟରେ ରାସ୍ତାକଡରେ ଥିବା ପିଚୁ କଡ଼େଇ ଭିତରେ ପଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକମାନେ ପିଲାମାନଙ୍କୁ ପିଚୁ କଡ଼େଇରୁ ଉଦ୍ଧାର କରି ପିଲାଙ୍କ ଶରୀରରୁ ପିଚୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ପରେ ଗରୁରତ ହୋଇଥିବା ଶିଶୁମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.