ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ପଜିଟିଭ ବାହାରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ୯ ଜଣ ଅଛନ୍ତି । ୪ ଜଣ ହୋମ୍କ୍ୱାରେଂଟିନ୍ର ଥିବା ବେଳେ ୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି ଏବଂ ଅନ୍ୟ ୨ଟି ଲୋକାଲ କେସ୍ ରହିଛି । ସେହିପରି ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
ତେବେ ସମ୍ପୃକ୍ତ ଆକ୍ରାନ୍ତ ମଧ୍ୟରେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଜଣେ ୨୯ ବର୍ଷୀୟ ଯୁବତୀ(ବିହାର ଫେରନ୍ତା), ବିମାନବନ୍ଦର ନିକଟର ଭୀମପୁରରୁ ୪୬ ବର୍ଷୀୟ ବ୍ୟକ୍ତି(ଦିଲ୍ଲୀ ଫେରନ୍ତା), ୟୁନିଟ-୬ ଭୀମପୁରର ଜଣେ ୨୩ ବର୍ଷୀୟ ଯୁବତୀ(କୋଲକାତା ଫେରନ୍ତା), ସାଲିଆସାହି ନିରଙ୍କରୀ ନଗରର ଜଣେ ୧୯ ବର୍ଷୀୟ ଯୁବକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୯ ବର୍ଷୀୟ ଯୁବକ ଜଣକ ପୂର୍ବରୁ ଦିଲ୍ଲୀ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ସେହିପରି ଭୁବନେଶ୍ୱର କୋଭିଡ ହସ୍ପିଟାଲର ଜଣେ ୩୬ ବର୍ଷୀୟ ବ୍ୟକ୍ତି, ୩୭ ବର୍ଷୀୟ ବ୍ୟକ୍ତି ଓ ଜଣେ ୩୦ ବର୍ଷୀୟ ମହିଳା କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଲୋକାଲ କେସ୍ ଭିତରେ ଗାଡକଣ ମହିମା ନଗରର ଜଣେ ୫୩ ବର୍ଷୀୟ ପୁରୁଷ ଓ ୧୪ ବର୍ଷୀୟ ବାଳକ ସଂକ୍ରମିତ ହୋଇଛନ୍ତି । ଏଦୁହେଁ ଗୋଟିଏ ପରିବାରର । ଏମାନେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।
Comments are closed.