Latest Odisha News

BREAKING NEWS

ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଲିଗ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ କାର୍ଯ୍ୟସୁଚୀର ଘୋଷଣା କରାଯାଇ ନାହିଁ । ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଇପିଏଲ ଓ ନିର୍ବାଚନକୁ ଏକତ୍ର ସୁରକ୍ଷା ଯୋଗାଇବା ସମ୍ଭବପର ନୁହେଁ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ୨୦୦୯ରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା । ୨୦୧୪ରେ ମଧ୍ୟ ସମାନ ପରିସ୍ଥିତି ଯୋଗୁ ୟୁଏଇ ଓ ଭାରତରେ ଏହା ମିଳିତ ଭାବେ ଖେଳା ଯାଇଥିଲା ।

ରିପୋର୍ଟ ମୁତାବକ ୟୁଏଇ ଓ ଦକ୍ଷିଣ ଆଫ୍ରିକାରେ ଏହା ପୂର୍ବରୁ ସଫଳତାର ସହ ଆୟୋଜିତ ହୋଇ ସାରିଛି । ସେଥିପାଇଁ ଆୟୋଜକ କମିଟି ଏହି ଦୁଇ ଦେଶରେ ଆୟୋଜନ କରିବା ନେଇ ଆଶାୟୀ ଅଛନ୍ତି । ସେହିପରି ଶ୍ରୀଲଙ୍କାରେ ମଧ୍ୟ ଆଇପିଏଲ ଆୟୋଜନ ହେବା ସମ୍ଭାବନା ରହିଛି । ତେବେ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇ ନ ଥିବାରୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.