Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ହେବ ପରିବର୍ତନ, ସୂଚନା ଦେଲେ ଜୟ ଶାହ

ଅହମ୍ମଦାବାଦ: ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ପରିବର୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ୩ ସଦସ୍ୟ ଦେଶ କାର୍ଯ୍ୟସୂଚୀ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଥିଲା । ସେ ସମୟରେ ନବରାତ୍ରୀ ପଡୁଥିବାରୁ ସୁରକ୍ଷା ଏଜେନ୍ସି ଏହାକୁ ଘୁଂଚାଇବା ପାଇଁ କହିଥିଲେ । ଏବେ ଏ ନେଇ ଆଲୋଚନା ଚାଲିଛି । କେତେକ ରିପୋର୍ଟ ଅନୁସାରେ ଏହା ୧୪ ଅକ୍ଟୋବରରେ ଖେଳାଯିବ ।

ଶୁକ୍ରବାର ଏ ନେଇ ବିସିସିଆଇ ଏକ ବୈଠକ ଡକାଇଛି । ବୈଠକରେ କାର୍ଯ୍ୟସୂଚୀ ପରିବର୍ତନ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ତେବେ କେଉଁ ୩ଟି ଦେଶ କାର୍ଯ୍ୟସୂଚୀ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେ ସମ୍ପର୍କରେ ଶାହ କିଛି ଖୁଲାସା କରି ନ ଥିଲେ । ଭେନ୍ୟୁରେ କୌଣସି ପରିବର୍ତନ ନ କରାଯାଇ କେବଳ ତାରିଖ ବଦଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱକପ ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.