Latest Odisha News

ପୁଲିସକୁ ବଡ ସଫଳତା, ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା

କେନ୍ଦୁଝର: ପାଟଣା ପୁଲିସକୁ ମିଳିଛି ବଡ ଧରଣର ସଫଳତା। ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରି ଓ ଲୁଟ୍ କରୁଥିଲେ ଏହି ଲୁଟେରା। ଯାହାକି ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ପୁଲିସ ନିଜର ଗୁଇନ୍ଦା ଅନୁସନ୍ଧାନ ଜାରି ରଖି ଝାଡଖଣ୍ଡ ଅଞ୍ଚଳର ୩ ଜଣ ଲୁଟେରାଙ୍କ ସମେତ ଲୁଟ ଜିନିଷକୁ କିଣୁଥିବା ବ୍ୟବସାୟୀଙ୍କୁ ମିଶାଇ ମୋଟ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି।

ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଆଇଆଇସି ଵିଵତ୍ସ କୁମାର ପ୍ରଧାନଙ୍କ କହିବା ଅନୁଯାୟୀ, କେନ୍ଦୁଝର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ପାଟଣା ଥାନାଧିକାରୀ ବିବତ୍ସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଲୁଟେରାଙ୍କୁ ଠାବ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଗିରଫ ବ୍ୟକ୍ତିମାନଙ୍କଠାରୁ ୨ଟି ସୁନା ହାର, ୨ଟି ସୁନା କାନଫୁଲ, ୨ ହଳ ରୁପା ପାଉଁଜି, ଗୋଟିଏ ତରଳା ଯାଇଥିବା ସୁନା ମୁଣ୍ଡା ଓ ୨ ଟି ତରଳା ଯାଇଥିବା ରୁପା ମୁଣ୍ଡା ଜବତ ସହ ୪ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।

ଏହି ଚୋରମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରହିଥିଲା। ତେବେ ଏହି ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.