Latest Odisha News

BREAKING NEWS

ପିକଅପ୍ ଭ୍ୟାନ୍ ଓଲଟି ୩ ମୃତ, ୯ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣ୍ଡିଡୁଲି-ବିରୁଲିଗଡ ରାସ୍ତାରେ ସୋମବାର ସକାଳେ ଏକ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ହେବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁସାରେ, ବ୍ରହ୍ମପୁର ନିକଟ ଭବନ୍ଦ ଠାରେ ଥିବା ଏକ କ୍ରସକୁ ଶ୍ରମିକମାନେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ଶରତ ଚନ୍ଦ୍ର ନାହକ, ସୁପ୍ରସନ୍ନ ନାହକ ଏବଂ କବି ନାହକ ବୋଲି ଜଣାପଡିଛି।

ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.