Latest Odisha News

BREAKING NEWS

ବାଙ୍ଗାଲୋରରେ ବିସ୍ଫୋରଣ, ୩ ମୃତ୍ୟୁ

ବାଙ୍ଗାଲୋର: ବାଙ୍ଗାଲୋରର ତାରାଗୁପେଟା ଅଂଚଳରେ ଥିବା ଏକ ଷ୍ଟୋରେଜରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ କେଉଁ କାରଣ ନେଇ ଘଟିଥିଲା ତାହାର ତଦନ୍ତ ଚାଲିଛି । ତେବେ ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ପଙ୍କଚର ଦୋକାନ ନିକଟରେ ଥିବା ଷ୍ଟୋରେଜରେ ଏହି ବିସ୍ଫୋରଣ ଘଟିଥିଲା ।

ପଙ୍କଚର ଦୋକାନୀରେ କାମ କରୁଥିବା ୨ଜଣ ବ୍ୟକ୍ତି ଏବଂ ଅନ୍ୟ ଜଣେ ଏଥିରେ ମୃତ୍ୟୁବରଣ କରିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ସର୍ଟ ସର୍କିଟ କିମ୍ବା ସିଲିଣ୍ଡର ଫାଟିବା ଯୋଗୁ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ଅନ୍ୟ ଦିଗ ନେଇ ମଧ୍ୟ ତଦନ୍ତ କରୁଛି ।

Leave A Reply

Your email address will not be published.