Latest Odisha News

BREAKING NEWS

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିୟ । ଯବାନଙ୍କ ଗୁଳିଲେ ଗଡ଼ିଲା ତିନି ଜଣ ନକ୍ସଲଙ୍କ ମୁଣ୍ଡ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ପୁରୁଷ ମାଓବାଦୀ ଓ ଜଣେ ମହିଳା ମାଓବାଦୀ ଅଛନ୍ତି । ଏହି ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ ।

ମାଲକାନଗିରି-ଛତିଶଗଡ଼ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍‌ ମରାମତି କାମ ଚାଲିଥିବା ବେଳେ ସେଠାରେ ମୁତୟନ ଅଛନ୍ତି ଏସଟିଏଫ୍ ଯବାନ । ଏତିକିବେଶେ ଯବାନଙ୍କ ଉପରକୁ ପ୍ରଥମେ ମାଓବାଦୀ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି ।

ଏନକାଉଣ୍ଟରସ୍ଥଳରୁ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ୱିଁଂ ଅପରେସନକୁ ଜୋରଦାର କରାଯାଇଛି । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.