Latest Odisha News

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ କିଛି ଓଡ଼ିଆ ମଧ୍ୟ ଫସି ରହିଛନ୍ତି । ସେଥିମଧ୍ୟରୁ ଆଜି ତିନିଜଣ ୟୁକ୍ରେନରୁ ଓଡ଼ିଶା ରାୟଗଡ଼ା ଜିଲ୍ଲ୍ଲାର ଗୁଣୁପୁର ନିଜ ଘରକୁ ଫେରିଛନ୍ତି ।

ଆଜି ଉଇକ୍ରେନରୁ ଭାରତ ସରକାରଙ୍କ ଉଦ୍ୟମ ଏବଂ ଗଙ୍ଗା ଅଭିଯାନଯୋଗେ ଗୁଣୁପୁରର ତିନି ଛାତ୍ରଛାତ୍ରୀ ଓଡ଼ିଶା ଫେରିଛନ୍ତି । ସୁରକ୍ଷିତ ଫେରିଥିବା ସମ୍ପଦ ଏବଂ ଜୀ ସନ୍ତୋଷୀ ଉଇକ୍ରେନରେ ଯୁଦ୍ଧର ଭୟାବହତା ବିଷୟରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟାରେ କହିଛନ୍ତି । ସେଠାରେ ଯୁଦ୍ଦର ଭୟବହତା ଏମିଥି ଥିଲା ଯେ, ବାହାରକୁ ବାହାରିବା କିମ୍ବା ଖାଇବାକୁ ମଧ୍ୟ ସୁଯୋଗ ମିଳି ନଥିଲା । ସବୁବେଳେ ମିଜାଇଲସର ଗର୍ଜନ ଆମକୁ ଅତ୍ୟନ୍ତ ଭୟଭୀତ କରୁଥିଲା । ଆମ ବାପା-ମା’ ଏବଂ କେନ୍ଦ୍ର ସରକାରଙ୍କ ଗଙ୍ଗା ଅଭିଯାନ ଯୋଗୁଁ ଆଜି ଆମେ ସୁରକ୍ଷିତ ଘରକୁ ଫେରିଛୁ । ଅନ୍ୟ ଯେଉଁମାନେ ସେଠାରେ ଫସି ଛନ୍ତି ତାଙ୍କୁ ସୁରକ୍ଷିତ ଅଣାଯାଉ ବୋଲି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

Comments are closed, but trackbacks and pingbacks are open.