Latest Odisha News

BREAKING NEWS

ଚିଲି ଗସ୍ତରେ ଯିବ ଭାରତୀୟ ଜୁନିଅର ମହିଳା ହକି ଦଳ, ଟିମରେ ୩ ଓଡ଼ିଆ ସାମିଲ

ଭୁବନେଶ୍ୱର: ଚିଲି ଗସ୍ତରେ ଭାରତୀୟ ଜୁନିଅର ମହିଳା ହକି ଦଳ ଯିବାକୁ ଥିବା ବେଳେ ସେଥିରେ ଓଡିଶାର ତିନିଜଣ ବାଳିକା ସ୍ଥାନ ପାଇଛନ୍ତି।

ଏହି ତିନି ଜଣ ହେଉଛନ୍ତି ମରିଆନା କୁଜୁର (ମିଡଫିଲ୍ଡର), ଅଜମିନା କୁଜୁର (ମିଡଫିଲ୍ଡର) ଏବଂ ଜିୱନ୍ କିଶୋରୀ ଟପ୍ପୋ (ଫରୱାର୍ଡ)।

ଏନେଇ ଶନିବାର ଦିନ ହକି ଇଣ୍ଡିଆ ସୂଚନା ଦେଇ କହିଛି ଯେ ଆସନ୍ତା ଜାନୁଆରୀ ୧୭ ଏବଂ ୧୮ରେ ଜୁନିଅର ଚିଲି ଟିମ୍। ପରେ ସେମାନେ ଜାନୁଆରୀ ୨୦, ୨୧, ୨୩ ଏବଂ ୨୪ ରେ ସିନିଅର ଚିଲି ଟିମ୍ ବିପକ୍ଷରେ ଖେଳିବେ।

ଟିମରେ ରହିଛନ୍ତି-

ସୁମନ ଦେବୀ ଥୁଡାମ, (କ୍ୟାପଟେନ ତଥା ଡିଫେଣ୍ଡର), ଇଶିକା ଚୌଧୁରୀ (ଉପ-ଅଧିନାୟକ ତଥା ଡିଫେଣ୍ଡର), ଖୁସବୋ ଏବଂ ରଶନପ୍ରୀତ କୌର (ଗୋଲକିପର), ମହିମା ଚୌଧୁରୀ, ପ୍ରିୟଙ୍କା, ଗଗନଦୀପ କୌର, ସୁଷମା କୁମାରୀ ଏବଂ ଅକ୍ଷତା ଧେକଲେ (ଡିଫେଣ୍ଡର), ବାଲଜିତ କୌର, ଚେତନା, ମରିଆନା କୁଜୁର, ଅଜମିନା କୁଜୁର, ରିତ, ପ୍ରଭଲିନ୍ କୌର, ବୈଷ୍ଣବ ଫାଲକେ ଏବଂ ପ୍ରୀତି (ମିଡଫିଲ୍ଡର) ଏବଂ ଜୀୱନ୍ କିଶୋରୀ ଟପ୍ପୋ, ମମତାଜ ଖାନ୍, ରୁତୁଜା ପିସାଲ, ସଙ୍ଗିତା କୁମାରୀ, ବିୟୁଟି ଡଙ୍ଗଡୁଙ୍ଗ, ଲାଲରିଣ୍ଡିକି ଏବଂ ଦୀପିକା (ଫରୱାର୍ଡ) ପ୍ରମୁଖ।

Comments are closed.