Latest Odisha News

BREAKING NEWS

କଇଁଛ ଧରିବାକୁ ଯାଇ ବାପ,ପୁଅ,ଜ୍ୱାଇଁଙ୍କ ଜୀବନ ଗଲା

ସୋନପୁର: ଦିନକରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଗଲା । ସୋନପୁର ଜିଲ୍ଲା ବନିକା ବ୍ଲକ କୁଇବାହାର ପଞ୍ଚାୟତ ଆନନ୍ଦପୁର ଗାଁରେ ଏପରି ଅଘଟଣ ଘଟିଛି । ଏକ ପରିତ୍ୟକ୍ତ କୁଅରେ ପଡ଼ି ବାପ ପୁଅ ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । କୁଅରୁ କଇଁଛ ମାରିବା ପାଇଁ ଯିବା ସମୟରେ ଶ୍ୱାସରୁଦ୍ଧ ହୋଇ ତିନିଜଣଙ୍କ ଜୀବନ ଚାଲିଯାଇଛି ।

ମୃତବ୍ୟକ୍ତି ମାନେ ହେଲେ ଆନନ୍ଦପୁର ଗାଁ ର ସାଧୁ କାଲାସେ,ପୁଅ ଆଲୋକ ରଞ୍ଜନ କାଲାସେ,ଓ ଜ୍ୱାଇଁ ନବୀନ ମୋଟାରୀ । ଗାଁ ଲୋକ ଜାଣିବା ପରେ ଅଗ୍ନୀସମ ବାହୀନିକୁ ଖବର ଦେଇଥିଲେ । ଅଗ୍ନୀସମ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଉଦ୍ଧାର କରିଛି । ସେପଟେ ପୋଲିସ ଏ ଘଟଣାକୁ ନେଇ ତଦନ୍ତ ଜାରି ରଖିଛିା

Leave A Reply

Your email address will not be published.