Latest Odisha News

BREAKING NEWS

ସର୍ବସାଧାରଣ ଲାଗି ଭୁବନେଶ୍ୱରରେ ଖୋଲିଲା ୩ ପାର୍କ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ରବିବାର ଦିନ ରାଜଧାନୀର ତିନୋଟି ପ୍ରମୁଖ ପାର୍କକୁ ସର୍ବସାଧାରଣ ଲାଗି ଖୋଲାଯାଇଛି।

ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆଇଜି ପାର୍କ, ଫରେଷ୍ଟ ପାର୍କ ଏବଂ ବୁଦ୍ଧ ପାର୍କ ଆଦିକୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ।

କୋଭିଡ-୧୯ ବିସ୍ତାରକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପରିଧାନ ବାଧ୍ୟତାମୂଳକ ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଭଳି ଲକଡାଉନର ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ କୁହାଯାଇଛି।

ଏହାବ୍ୟତୀତ ପାର୍କ ଭିତରେ କୌଣସି ଫିଟନେସ୍ ଉପକରଣ ବ୍ୟବହାର ନକରିବାକୁ ମଧ୍ୟ ଲୋକମାନଙ୍କୁ କୁହାଯାଇଛି।

Comments are closed.