Latest Odisha News

BREAKING NEWS

ଏହି ସମୀକରଣଗୁଡିକ ଭାରତ ବିଶ୍ୱକପ ଜିତିବ ବୋଲି ସୂଚାଉଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିବା ବୋଲି ଆଶା କରାଯାଉଛି । କେତେଗୁଡିଏ ସମୀକରଣ ମଧ୍ୟ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଥିବା ଟିମ ଅଧିକାଂଶ ଥର ବିଶ୍ୱକପ ଜିତିଛି । ୨୦୦୩, ୨୦୦୭ ଓ ୨୦୧୫ରେ ଅଷ୍ଟ୍ରେଲିଆ ଏକ ନମ୍ବର ଥିବା ବେଳେ ବିଶ୍ୱକପ ହାସଲ କରିଥିଲା । ସେହିପରି ୨୦୧୯ରେ ଇଂଲଣ୍ଡ ଶୀର୍ଷରେ ଥିବା ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟ ହାସଲ କରି ପାକିସ୍ତାନକୁ ପଛରେ ପକାଇ ଭାରତ ଏବେ ଏକ ନମ୍ବର ଟିମ ରହିଛି ।

ଘରୋଇ ପରିବେଶେ ଟିମକୁ ଫାଇଦାରେ ରଖିଥାଏ । ୨୦୧୧ରେ ଭାରତ, ୨୦୧୫ରେ ଅଷ୍ଟ୍ରେଲିଆ ଓ ୨୦୧୯ରେ ଇଂଲଣ୍ଡ ଆୟୋଜକ ଦେଶ ଭାବେ ଚାମ୍ପିୟନ ହୋଇଥିଲେ । ଭାରତ ଏଥର ଆୟୋଜକ ହୋଇଥିବାରୁ ବିଶ୍ୱକପ ସହଜରେ ଜିତିନେବ ବୋଲି ଆଶା କରାଯାଇଛି । ୪ର୍ଥ ଥର ପାଇଁ ଏସିଆରେ ବିଶ୍ୱକପ ଆୟୋଜିତ ହେଉଛି ।

୨ଥର ଏସୀୟ ଦେଶ ଏହାକୁ ହାସଲ କରିଥିବା ବେଳେ ଥରେ ଏସୀୟ ବାହାର ଟିମ ଏହାକୁ ଜିତିଛି । ୧୯୯୬ରେ ଶ୍ରୀଲଙ୍କା ଓ ୨୦୧୧ରେ ଭାରତ ଟାଇଟଲ ନିଜ ନାମରେ କରିଥିଲେ । ଏହି ରେକର୍ଡକୁ ବିଚାରକୁ ନେଲେ ଫର୍ମ ଦୃଷ୍ଟି କୋଣରୁ ଟିମ ଇଣ୍ଡିଆ ଟାଇଟଲ ଫେଭରାଇଟ ରହିଛି ।

Leave A Reply

Your email address will not be published.