Latest Odisha News

ପୂର୍ବତଟ ରେଳପଥ ଦେଇ ଚଳାଚଳ କରିବ ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ ତିନି ଯୋଗାଡା ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନେଇ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଦୁଇ ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ, ଗୋଟିଏ ସ୍ବତନ୍ତ୍ର ଟ୍ରେନର ଚଳାଚଳ ଅବଧିକୁ ବୃଦ୍ଧି କରାଯାଇଛି ।

୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍-ଶାଲିମIର ସ୍ପେଶାଲ ଶାଲିମାରରୁ ୯ ଜୁନରୁ ୩୦ ଜୁନ୍ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଟା ୨୦ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦରୁ ୧୧ ଜୁନରୁ ୨ ଜୁଲାଇ ମଧ୍ୟରେ ପ୍ରତି ଶୁକ୍ରବାର ସକାଳ ୪ଟାରେ ଛାଡିବ । ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରମ, ବିଶାଖାପାଟନମରେ ରହଣି କରିବ ।

୦୨୪୬୯/୦୨୪୭୦ ହାଓ୍ବଡ଼ା-ଯଶୋବନ୍ତପୁର-ହାଓ୍ବଡ଼ା ସ୍ବତନ୍ତ୍ର ଟ୍ରେନ ହାଓ୍ବଡ଼ାରୁ ୧୦ ଜୁନରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୪୦ରେ ଛାଡିବ । ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ଜୁନରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଟା ୧୫ରେ ଛାଡିବ । ଏହି ଟ୍ରେନ ଉଭୟ ଦିଗରୁ ହାଓ୍ବଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମରେ ରହଣି କରିବ ।

ସେହିପରି ହାଟିଆ-ଯଶୋବନ୍ତପୁର-ହାଟିଆ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ସାପ୍ତାହିକରୁ ବୃଦ୍ଧି କରାଯାଇଛି । ୦୨୮୩୫/୦୨୮୩୬ ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ହାଟିଆରୁ ପ୍ରତ୍ୟେକ ମଙ୍ଗଳବାର ଓ ରବିବାର ଦିନ ୬ ଜୁନରୁ ୨୭ ଜୁନ୍ ମଧ୍ୟରେ ଛାଡିବ । ଫେରିବା ବାଟରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ୮ ଜୁନରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ ।

Comments are closed.