Latest Odisha News

BREAKING NEWS

ଦେବୀ ନଦୀରେ ଭାସିଗଲେ ୩ ଛାତ୍ର

 ଜଗତସିଂହପୁର: ଗାଧୋଇବାକୁ ଯାଇ ଦେବୀ ନଦୀରେ ଭାସିଯାଇ ୩ ଛାତ୍ର  । ଖୋଜାଖୋଜି ସତ୍ତ୍ୱେ ୩ ଜଣଙ୍କର କୌରସି ପତ୍ତା ମିଳୁନି । ତିନିଜଣ ଛାତ୍ର ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଥିବା ଜଣାଯାଇଛି ।

ତିନିଜଣ ଯାକ ମାଛଗାଁ ନିକଟରେ ଦେବୀ ନଦୀକୁ ଆଜି ସକାଳୁ ଗାଧୋଇବାକୁ ଯାଇଥିଲେ । ତେବେ ସେମାନେ କେମିତି ଭାସିଗଲେ ତାହା ଜଣାପଡି ନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଖୋଜାଖୋଜି କରୁଛନ୍ତି ।

 

Comments are closed.