Latest Odisha News

BREAKING NEWS

କୋଭିଡ କଟକଣାକୁ ଫୁ’, ସିଲ୍ ହେଲା ୩ ମନ୍ଦିର

ବ୍ରହ୍ମପୁର: କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ । ଫୁ କରି ଉଡାଇଦେଲେ ନିୟମ । ସିଲ୍ ହେଲା ୩ ମନ୍ଦିର । ବ୍ରହ୍ମପୁର ମହାନଗର ନିମଗ ଅଂଚଳରେ ଥିବା ୩ଟି ମନ୍ଦିରକୁ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ସିଲ୍ କରିଛି । ନବରାତ୍ର ପୂଜାର ୯ ଦିନ ପରେ ମନ୍ଦିର ଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି।

ବିଜିପୁର ନିକଟସ୍ଥ କାଳି ମନ୍ଦିରରେ ଶତାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ହେଲେ ସେଠାରେ କୋଭିଡ୍‌ ନିୟମକୁ ପାଳନ କରାଯାଇନଥିଲା। ଯେଉଁଥିପାଇଁ ପ୍ରଶାସନ ମନ୍ଦିର ଗେଟ୍‌କୁ ସିଲ୍‌ କରାଯାଇଥିଲା। ଠିକ୍‌ ସେହିପରି ବିଜିପୁର ଠାକୁରାଣୀ ମନ୍ଦିର, ଗଣେଶ ମନ୍ଦିରକୁ ସିଲ୍‌ କରାଯାଇଥିଲା। ନବରାତ୍ର ପୂଜାର ୯ ଦିନ ଯାଏ ଏହି ମନ୍ଦିର ଗୁଡିକ ବନ୍ଦ ରହିବ। ପରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଚାବି ହସ୍ତାନ୍ତର କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.