ଭୁବନେଶ୍ୱର: କଟକ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଟ୍ରେନ୍ ସେବା କିଛି ସମୟ ପାଇଁ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ସକାଳ ୮.୪୩ ସମୟରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରାକ୍ ପରିବର୍ତ୍ତନ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଯାହା ଫଳରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି।
କଟକ ୟାର୍ଡରେ ରୁଟ୍ ନମ୍ବର ୮ (ଲୁପ୍ ଲାଇନ)ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମୁଖ୍ୟ ଲାଇନ (ଭଦ୍ରକ – କଟକ – ବିଶାଖାପାଟଣା) କାର୍ଯ୍ୟକ୍ଷମ ରହିଛି। ପାରାଦୀପ ଅଭିମୁଖେ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ମେସିନ୍, ସାମଗ୍ରୀ ଏବଂ ମାନବ ସମ୍ବଳ ସହିତ ରିଲିଫ୍ ଟ୍ରେନ୍ ପୂର୍ବରୁ ନିୟୋଜିତ କରାଯାଇଛି ଏବଂ ୟାର୍ଡରେ ଲୁପ୍ ଲାଇନ ଶୀଘ୍ର ପୁନଃସ୍ଥାପିତ ହେବ।
Comments are closed.