Latest Odisha News

ରାଜଧାନୀ ରାଜରାସ୍ତାରେ ତିନି ଯୁବକ ଦୁର୍ବୃତ୍ତଙ୍କ ଦ୍ୱାରା ଖଣ୍ଡାରେ ଆକ୍ରମଣର ଶିକାର

ଭୁବନେଶ୍ୱର: ଶନିବାର ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଓୟୁଏଟି ଛକରେ ଖଣ୍ଡାଧାରୀ ଯୁବକଙ୍କ ଆକ୍ରମଣରେ 3 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଆହତମାନେ ହେଲେ ପି. ରାମକୃଷ୍ଣ ଓ ତାଙ୍କର ଦୁଇ ସମ୍ପର୍କୀୟ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ କିଛି ଦିନ ତଳେ ଜଣେ ଯୁବତୀଙ୍କ ଉପରେ ହୋଇଥିବା ଅଶ୍ଳୀଳ ମନ୍ତବ୍ୟର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଆକ୍ରମଣକାରୀମାନେ ପୀଡ଼ିତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ।

ଏ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।

Comments are closed.