ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ସୋମବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ରେଡ୍ ଏବଂ ଅରେଞ୍ଜ ରଙ୍ଗର ସତର୍କତା ଜାରି କରିଛି।
ଆଗାମୀ ୩ ଘଣ୍ଟା ମଧ୍ୟରେ କଟକ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନଗୁଡ଼ିକରେ ପ୍ରବଳ ଝଡ଼ବର୍ଷା, କୁଆପଥର, ଘଣ୍ଟାପ୍ରତି ୭୦-୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଏହି ସମୟ ମଧ୍ୟରେ ଗଞ୍ଜାମ ଏବଂ କନ୍ଧମାଳର ବିଭିନ୍ନ ସ୍ଥାନଗୁଡ଼ିକରେ ମଧ୍ୟମ ଧରଣର ଝଡ଼ବର୍ଷା, କୁଆପଥର, ବଜ୍ରପାତ ସହ ୭୦ କିଲୋମିଟର ବେଗରେ ପବନ ବହିପାରେ।
ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଏବଂ ସୋନପୁରର କିଛି ସ୍ଥାନଗୁଡ଼ିକରେ ୫୦-୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା, ବଜ୍ରପାତର ସତର୍କତା ମଧ୍ୟ ଦିଆଯାଇଛି।
ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.