Latest Odisha News

BREAKING NEWS

ଓଡ଼ିଶାର ୩ ଜିଲ୍ଲାରେ ଝଡ଼ବର୍ଷା ନେଇ ଅରେଞ୍ଜ ସତର୍କତା ଜାରି 

ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲା ପାଇଁ ବୁଧବାର ଅରେଞ୍ଜ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ଆଗାମୀ ୨ ଘଣ୍ଟା ମଧ୍ୟରେ କଳାହାଣ୍ଡି, ମୟୂରଭଞ୍ଜ ଏବଂ ନୂଆପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ।

ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ସମ୍ବଲପୁର, ନୟାଗଡ଼ ଏବଂ ଖୋର୍ଦ୍ଧା ପାଇଁ ଗୁରୁବାର ସକାଳ ପର୍ଯ୍ୟନ୍ତ ୟେଲୋ ସତର୍କତା ଜାରି କରାଯାଇଛି।

ତେବେ ଏହି ସମୟରେ ପବନର ବେଗ ୩୦-୪୦ କିଲୋମିଟର ବହିବା ସହିତ ଝଡ଼ବର୍ଷା ଏବଂ ବଜ୍ରପାତ ନେଇ ପୂର୍ବାନୁମାନ କରିଛି ବିଭାଗ।

 

Comments are closed.