Latest Odisha News

BREAKING NEWS

ଏହି ୩ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରାଜ୍ୟର ୩ଟି ଜିଲ୍ଲାରେ ଗୁରୁବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରିଛି ।

ଯେଉଁ ୩ଟି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲା ଗୁଡ଼ିକର କିଛି ଅଞ୍ଚଳରେ ବୃଷ୍ଟିପାତ ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ପ୍ରଦାନ କରିଛନ୍ତି ।

ଏହି ସମୟରେ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଗୁରୁବାର ଦିନ ୪ଟା ୩୦ରୁ ରାତି ୯ଟା ୩୦ ମଧ୍ୟରେ ଝଡ଼ବର୍ଷା ହେବାର ପାଣିପାଗ କର୍ତ୍ତୃପକ୍ଷ ଜଣାଇଛନ୍ତି ।

Leave A Reply

Your email address will not be published.