ମୁମ୍ବାଇ : ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ । ରିଲିଜ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ’ । ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବବାଲ କରୁଛି ଏହି ଗୀତ । ଗୀତରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଡ୍ୟାନ୍ସ ମୁଭସ ସମସ୍ତଙ୍କ ହୋସ ଉଡେଇ ଦେଇଛି । ଖାଲି ସେତିକି ନୁହେଁ ‘ଲେକେ ପ୍ରଭୁ କା ନାମ’ ଗୀତରେ କ୍ୟାଟ୍ରିନା ଏବଂ ସଲମାନଙ୍କ ଅନସ୍କ୍ରିନ୍ ରୋମାନ୍ସକୁ ବହୁତ ପସନ୍ଦ କରୁଛନ୍ତି ପ୍ରଶଂସକ ।
ଗୀତରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି କ୍ୟାଟ୍ରିନା। ଗୀତର ଅନେକ ସିନ୍ ପାହାଡି ଅଞ୍ଚଳରେ ସୁଟିଂ ହୋଇଛି ଯାହା ବହୁତ ଆଟ୍ରାକକ୍ଟିଭ ରହିଛି । ଏଥିସହ ଅରିଜିତ ସିଂ ପ୍ରଥମଥର ପାଇଁ ସଲମାନଙ୍କ ଫିଲ୍ମରେ ଏହି ଗୀତ ଗାଇଛନ୍ତି । ଯାହାର ମ୍ୟୁଜିକ ପ୍ରୀତମ ଦେଇଥିବାବେଳେ ଲିରିକ୍ସ ଲେଖିଛନ୍ତି ଅମିତାଭ୍ ଭଟ୍ଟାଚାର୍ଯ୍ୟ । ସୁପରଷ୍ଟାର ସଲମାନ ଖାନଙ୍କ ‘ଲେକେ ପ୍ରଭୁ କା ନାମ’ ଗୀତକୁ ତାଙ୍କ ଫ୍ୟାନ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ, ପ୍ରତିଶୃତି ଅନୁଯାୟୀ, ଏହି ଗୀତକୁ ଅକ୍ଟୋବର ୨୩ ଆଜିର ଦିନରେ ରିଜିଲ କରିଛନ୍ତି ଭାଇଜାନ ।
ନିକଟରେ ଫିଲ୍ମ ‘ଟାଇଗର ୩’ ର ଟ୍ରେଲର ରିଲିଜ ହୋଇଥିବାବେଳେ, ଏଥିରେ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସିମଙ୍କର ଦମଦାର ପରଫରମାନ୍ସ ଦେଖିବାକୁ ମିଳିଛି । ତେବେ ହିନ୍ଦି, ତାମିଲି ଓ ତେଲୁଗୁ ଭଳି ୩ଟି ଭାଷାରେ ଫିଲ୍ମଟି କୁ ପରଦାରେ ଦେଖିବେ ଦର୍ଶକ । ୟଶ ରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ନଭେମ୍ବର ୧୨ ତାରିଖ ଦିପାବଳୀ ଦିନ ରିଲିଜ ହେବ ।
Comments are closed.