Latest Odisha News

BREAKING NEWS

ଏକ ଦଶନ୍ଧି ପରେ ଉତ୍ତର ଶିମିଳିପାଳରେ ବାଘର ପ୍ରଜନନ ରିପୋର୍ଟ ରେକର୍ଡ

ଭୁବନେଶ୍ୱର: ପଶୁ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ବାଘ ପ୍ରଜନନ ରେକର୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ।

ବାଘର ପ୍ରଜନନ ସମ୍ବନ୍ଧୀୟ ସୂଚନା ଦେଇ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ସେ ଲେଖିଛନ୍ତି ଯେ ଦୀର୍ଘ ଦଶନ୍ଧି ପରେ ଉତ୍ତର ଶିମିଳିପାଳରେ ବାଘର ପ୍ରଜନନ ରିପୋର୍ଟ ରେକର୍ଡ କରାଯାଇଛି।

ଦୁଇଟି ମେଲାନିଷ୍ଟିକ୍ ଛୁଆକୁ ପାଳିବାରୁ ଶିମିଳିପାଳ ଟିମ୍ ମଧ୍ୟରେ ଆଶା ଏବଂ ଖୁସିର ଲହରୀ ଆଣିଦେଇଛି ବୋଲି ନନ୍ଦା କହିଛନ୍ତି। “T24 ଦୁଇଟି ମେଲାନଷ୍ଟିକ୍ ଛୁଆ ପାଳିବା ଦ୍ୱାରା ଶିମିଳିପାଳ ଟିମ୍ ମଧ୍ୟରେ ଆଶା ଓ ଭରସା ବୃଦ୍ଧି ପାଇଛି। ସେମାନଙ୍କ ଉଦ୍ୟମକୁ ନମସ୍କାର ବୋଲି କହିଛନ୍ତି ନନ୍ଦା।

Leave A Reply

Your email address will not be published.