Latest Odisha News

BREAKING NEWS

ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ସେପଟେ ଆସନ୍ତାକାଲି ଠୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା/କୋରାପୁଟ: ଆସନ୍ତାକାଲି ଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗଣନା । ଏନେଇ ସୂଚନା ଦେଇଛି ବନ ବିଭାଗ ।

ବର୍ତ୍ତମାନ ଶୀତ କାରଣରୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ସେହିପରି ଏହି ସମୟରେ ଭିତରକନିକାର ଜୁଆରୀଆ ଅଞ୍ଚଳ ଏବେ ଶୁଷ୍କ ଥିବାରୁ କୁମ୍ଭୀର ମାନେ ଉଠି ଆସି ନଦୀ ନାଳ ବନ୍ଧ ମାନଙ୍କରେ ରହିଥାନ୍ତି ଫଳରେ ସେମାନଙ୍କୁ ଗଣନା କରିବାରେ ସହଜ ହୋଇଥାଏ ।

ଏହି ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହିବା ଘୋଷଣା କରାଯାଇଛି । ୫ଟି ରେଞ୍ଜରେ ଏହି ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଗ୍ରୁପ୍ ରେ କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି ।

ସେହିପରି, ଦୀର୍ଘ ୮ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ସୁନାବେଡା ଅଭୟାରଣ୍ୟର ୩ ଟି ରେଞ୍ଜ ନୂଆପଡ଼ା, କୋମନା ଓ ସୁନାବେଡା ରେଞ୍ଜର ୧୦ଟି ସେକ୍ସନରେ ଚାଲିଛି ବାଘ ଗଣନା । ତେବେ ଚଳିତବର୍ଷ ପର୍ଯ୍ୟନ୍ତ ଭୟାରଣ୍ୟରେ ବାଘ ସଂଖ୍ୟା ରେ ବୃଦ୍ଧି ଘଟିଥିବା ଅନୁମାନ କରିଛି ବନ ବିଭାଗ । ଏଥିରେ

ତେବେ ବାଘ ଗଣନା ପାଇଁ ଅଭୟାରଣ୍ୟ ର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇଛି ବନ ବିଭାଗ । ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଏହି ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.