ନ୍ୟୁୟର୍କ: ଉଗ୍ର ମହାମାରୀ ବର୍ତ୍ତମାନ ଏକ ଅପ୍ରତ୍ୟାଶିତ ମୋଡ଼ରେ । କରୋନା-କ୍ଷତିଗ୍ରସ୍ତ ନ୍ୟୁୟର୍କ ସହରର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନର ଏକ ବାଘ ଦେହରେ SARS CoV2 ଭୂତାଣୁ ଥିବା ପରୀକ୍ଷଣରୁ ଜଣାପଡିଛି। ଏହି ‘SARS CoV2’ ମଣିଷ ଦେହରେ କୋଭିଡ-୧୯ ଭୂତାଣୁ ସୃଷ୍ଟି କରିଥାଏ ।
ଆମେରିକାର କୃଷି ବିଭାଗ (ୟୁଏସଡିଏ) ଜାତୀୟ ପ୍ରାଣୀ ଚିକିତ୍ସା ସେବା ଲାବୋରେଟୋରୀ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ଭାଇରସର ଶିକାର ହେବାରେ ମାଲ୍ୟାନ ଟାଇଗର ନାଦିଆ ହେଉଛି ପ୍ରଥମ।
ପ୍ରାଣୀ ଉଦ୍ୟାନରେ ଥିବା କିଛି ବାଘ ଏବଂ ସିଂହଙ୍କ ଠାରେ ଶ୍ୱାସ ରୋଗର ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା, ଏବଂ ନାଦିଆ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତ ପ୍ରାଣୀ ଉଦ୍ୟାନର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଠାରୁ ଏହି ଜୀବାଣୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।
ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ଯେ ନାଦିଆ, ତାଙ୍କ ଭଉଣୀ ଅଜୁଲ, ଦୁଇଟି ଅମୁର ବାଘ ଏବଂ ତିନି ଆଫ୍ରିକୀୟ ସିଂହ ଶୁଖିଲା କାଶରେ ଆକ୍ରାନ୍ତ ହୋଇଥିଲେ। ପରୀକ୍ଷଣ ପାଇଁ ପଶୁମାନଙ୍କୁ ସାଧାରଣ ଆନାସ୍ଥେସିଆ ଅଧୀନରେ ରଖାଯିବା ଆବଶ୍ୟକ, ୟୁଏସଡିଏ ଅନୁଯାୟୀ ଉପସ୍ଥିତ ପ୍ରାଣୀ ଚିକିତ୍ସକ ଅନ୍ୟ ପ୍ରାଣୀମାନଙ୍କୁ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଜୀବ ସୁସ୍ଥ ହୋଇଯିବା ନେଇ ଏଜେନ୍ସି ସୂଚନ ପ୍ରଦାନ କରିଛନ୍ତି।
ଏହାପୂର୍ବରୁ, ଚାଇନାର ଅନୁସନ୍ଧାନକାରୀଙ୍କ ଏକ ଟିମ୍ ପ୍ରକାଶ କରିଥିଲେ ଯେ ବିଲେଇମାନେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସେମାନେ କହିଛନ୍ତି ଯେ କୁକୁର, ଘୁଷୁରି ଏବଂ କୁକୁଡ଼ା ଭଳି ପଶୁମାନେ ଜୀବାଣୁଙ୍କ ଦ୍ୱାରା କମ୍ ଅସୁରକ୍ଷିତ ଥିବା ବେଳେ ବିଲେଇମାନଙ୍କ ଦେହରୁ ଏହା ଅନ୍ୟ ବିଲେଇଙ୍କ ନିକଟକୁ ବ୍ୟାପି ପାରିବ।
ଗତ ସପ୍ତାହରେ ବେଲଜିୟମର ଏକ ବିଲେଇ କରୋନାରେ ସଂକ୍ରମିତ ଏହାର ମାଲିକଙ୍କ ଠାରୁ ସଂକ୍ରମିତ ହେବା ପରେ ଏହାର ରିପୋର୍ଟ ପଜିଟିଭ ଆସିଥିଲା ।
Comments are closed.