Latest Odisha News

BREAKING NEWS

ଅଟେଇ ଜଙ୍ଗଲରୁ ଗାଏବ ମହାବଳ; ଦୀର୍ଘ ୨୦ ଦିନ ହେବ କଏଦ ହେଉନି ଫଟୋ

କେନ୍ଦୁଝର: ଜଙ୍ଗଳରୁ ଗାଏବ ହୋଇଯାଇଛି ମହାବଳ। ଖୋଜି ପାଉନି ଟ୍ରାପ୍ କ୍ୟାମେରା। କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି ମହାବାଳ ବାଘ। ୨୦ ଦିନରୁ ଅଧିକ ଦିନ ହେଲାଣି ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଲଗାଯାଇଥିଲେ ବି ଏପର୍ଯ୍ୟନ୍ତ ବାଘ ଧରାପଡ଼ୁ ନାହିଁ। ମହାବଳ ବାଘ ଶିମିଳିପାଳ ନଚେତ ସାତକୋଶିଆ ଜଙ୍ଗଲକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।

ଦୀର୍ଘ ୪ ମାସ ହେବ ଜଙ୍ଗଲର ବାରମ୍ବାର ଗାଈ ଓ ମଇଁଷିଙ୍କୁ ଆକ୍ରମଣ କରି ନିଦ ହଜାଇ ଦେଇଥିଲା ମହାବଳ। ବାରମ୍ବାର ଏଭଳି ଆକ୍ରମଣ ପରେ ଏଠାରେ ମହାବଳ ବାଘ ଥିବା ନେଇ ବନ ବିଭାଗ ସନ୍ଦେହ କରିଥିଲା।

ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୪ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ଆଉ ଏହି କ୍ୟାମେରାରରେ ଧରାପଡ଼ିଥିଲା ଶିକାର ମହାବଳ। ବାଘର ଫଟୋ କଏଦ ହେବା ପରେ ବନ ବିଭାଗ ଜଙ୍ଗଲରେ ବାଘ ଥିବା ନେଇ ସ୍ପଷ୍ଟ କରିଥିଲା।

କିନ୍ତୁ ଦୀର୍ଘ ୨୦ ଦିନ ହେଲାଣି ବାଘରେ ପତା ମିଳୁ ନାହିଁ। ଟ୍ରାପ କ୍ୟାମେରାରେ ବାଘର ଫଟୋ ଆ‌ଉ କଏଦ ହେଉନି। ତେଣୁ ଜଙ୍ଗଲରେ ବାଘଟି ଆଉ ନାହିଁ ବୋଲି ସନ୍ଦେହ କରାଯାଉଛି। ଏନେଇ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ କହିଛନ୍ତି ଯେ ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ମହାବଳ ବାଘର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇନାହିଁ।

ବାଘଟି ଅଟେଇ ସଂରକ୍ଷିତ ଜଙ୍ଗଲରୁ କେଉଁ ଆଡ଼େ ଚାଲି ଯାଇଥାଇପାରେ ବୋଲି ଡିଏଫ୍‌ଓ କହିଛନ୍ତି। ତେବେ ସେ କେଉଁଆଡ଼େ ଯାଇଛି ତାହା ସ୍ପଷ୍ଚ ହୋଇନଥିବା ବେଳେ ଶିମିଳିପାଳ ନଚେତ ସାତକୋଶିଆ ଜଙ୍ଗଲକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।

Comments are closed.