Latest Odisha News

BREAKING NEWS

ବାଘ ଛାଲ ସମେତ ୪ ବେପାରୀ ଗିରଫ

ଭବାନୀପାଟଣା: ରାଜ୍ୟରେ ବଢ଼ି ଚାଲିଛି ପଶୁ ଶିକାର । ବେଧଡକ ଭାବରେ ପଶୁଙ୍କୁ ଶିକାର କରୁଛନ୍ତି ଶିକାରୀ । ଏମିତି ଏକ ରାକେଟର ପୁଣି ପର୍ଦ୍ଦାଫାସ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ୪ ବାଘଛାଲ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ସେମାନଙ୍କ ପାଖରୁ ଜବତ ହୋଇଛି ୪ଟି ବାଘ ଛାଲ ।

ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ବେପାରୀ ପରିଚୟ ଦେଇ ସେମାନଙ୍କ ପାଖକୁ ଯାଇଥିଲେ ଓ୍ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ଏମିତିକିବେଳେ ଦକ୍ଷିଣ ବନଖଣ୍ଡ ଶଗଡା ଅଂଚଳରୁ ୪ ଅଭିଯୁକ୍ତଙ୍କୁ କାବୁ କରାଯାଇଛି ।

ଜବତ ବାଘ ଛାଲ ଭିତରେ ଅଛି ୩ଟି ଚିତା ବାଘ ଓ ଗୋଟିଏ ମହାବଳ ବାଘ ଛାଲ । ଏହି ରାକେଟ୍ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ସକ୍ରିୟ ଥିବା ସୂଚନା ମିଳିଛି । ଜାରି ରହିଛି ଅଧିକ ଖୋଳତାଡ ।

Leave A Reply

Your email address will not be published.