Latest Odisha News

ଡିଲ ବେଳେ ମାଡି ବସିଲା ବନ ବିଭାଗ, ଗୋଟେ ବାଘ ଛାଲ ଜବତ ସହ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗକୁ ବଡ ସଫଳତା l ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ବନବିଭାଗ । ଗୋଟେ ବାଘ ଛାଲ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ୨ଜଣ ହେଲେ ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ସମିତି ସଭ୍ୟ ଯୁଗଳ ନାଏକ । ତେବେ ବାଘକୁ କେଉଁ ଜଙ୍ଗଲରୁ ଶୀକାର କରାଯାଇଛି, କେତେ ଦିନ ହେବ ଶିକାର କରାଯାଇଛି ଏବଂ କେଉଁଠି କି ବିକ୍ରୀ ହେଉଥିଲା ସେବିଷୟରେ ଅଧିକ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ତତ୍ୱାବଧାନରେ କଣିହାଁ ଓ ଜରପଡା ବନାଞ୍ଚଳ ଅଧିକାରୀଙ୍କ ସମେତ ୬ଟି ବନାଞ୍ଚଳ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରିବା ସହିତ ବାଘ ଛାଲ ବ୍ୟବସାୟୀଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲେ l ଆଜି ଛେଣ୍ଡିପଦା ବନାଞ୍ଚଳର ଫୁଲଝରି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଡିଲ୍ ଚାଲିଥିବା ବେଳେ ମାଡି ବସିଥିଲା ବନ ବିଭାଗ । ସେମାନଙ୍କ ଠାରୁ ଏକ କାଲରା ପତରିଆ ବାଘ ଛାଲ ଜବତ କରିବା ସହିତ ଧଉରାଖମଣ ଗ୍ରାମର ସମିତିସଭ୍ୟ ଯୁଗଳ ନାଏକ ଓ ହାଣ୍ଡିଗୋଡା ଗ୍ରାମର ଟିକନ ଗୋଛାୟତକୁ ବନବିଭାଗ ଗରିଫ କରି ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ ଚଳାଇଛନ୍ତି l ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଆସିଲା ସେ ନେଇ ସବିଶେଷ ତଥ୍ୟ ଜଣା ପଡିବ ବୋଲି ସୂଚନା ଦେଇଛନ୍ତି ଅନୁଗୋଳ ଡିଏଫଓ ନିତିଶ୍ କୁମାର ।

 

Comments are closed.