Latest Odisha News

ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ

ବୌଦ୍ଧ: ବୌଦ୍ଧ ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ । ମୁଣ୍ଡେଶ୍ବର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ । ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବାଘ ଦେଖି ଗାଁକୁ ଧାଇଁଲେ ଗାଁ ଲୋକେ । ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଗତ କିଛିଦିନ ହେବ ବୌଦ୍ଧ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ମୁଣ୍ଡେଶ୍ୱର ଜଙ୍ଗଲରେ ବାଘ ବୁଲୁଥିବା ଦେଖି ବାରିଙ୍ଗି ଗାଁର ଲୋକେ ଭୟଭୀତ ଓ ଆତଙ୍କିତ ଥିବା ପ୍ରକାଶ କରିଛନ୍ତି। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ମଣ ନଜର ରଖାଯାଇଥିବାବେଳେ ଗ୍ରାମବାସୀ ସତର୍କ ରହିବା ସହିତ ଭୟଭୀତ ଓ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.