Latest Odisha News

BREAKING NEWS

ଗଜପତି ଜିଲ୍ଲାରେ ବାଘ ଆତଙ୍କ! ଭାଇରାଲ ଭିଡିଓ ଦେଖି ଲୋକେ ଛାନିଆ

ପାରଳାମୁଖେଣ୍ଡି: ଗଜପତି ଜିଲ୍ଲାରେ ବାଘ ଆତଙ୍କ । ଲୁଚିଛପି ବୁଲୁଛି ବାଘ । ଗଜପତି ଜିଲ୍ଲାର ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଭୟରେ ଖେଳି ଯାଇଛି ଆତଙ୍କ ।   ବାଘ ବୁଲୁଥିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭ ତାରିଖ ରାତିରେ ବାଘ ସଦୃଶ୍ୟ ଜଙ୍ଗଲୀ ଜନ୍ତୁ ଗାଁରେ ଲୁଚିଛପି ପଶୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓକୁ ଦେଖିବା ପରେ ଯୋଡିପଥର ଗାଁ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଭାଇରାଲ ଭିଡିଓରୁ ଜଣାଯାଇଛି ଏହା ଏକ କଲତାପତରିଆ ବାଘ । ବାଘଟିର ଶରୀର ଲମ୍ବା ଏବଂ ଲାଞ୍ଜ ମଧ୍ୟ ଲମ୍ବା ।  ତେବେ  ସେପଟେ ବାଘ ବୁଲିବା ଖବରକୁ ଖଣ୍ଡନ କରିଛି ବନ ବିଭାଗ । ଏ ନେଇ  ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ଥିବା କୌଣସି ରେକର୍ଡ ନାଁହି । ତେଣୁ ଭାଇରାଲ୍ ଭିଡିଓରେ ଜନ୍ତୁଟି ବାଘ ନୁହେଁ ବରଂ ଏକ ଜଙ୍ଗଲି ବିରାଡ଼ି ବୋଲି ବନ ବିଭାଗ କହିଛି ।

ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ  ଲକ୍ଷାରୀ ଅଭୟାରଣ୍ୟରୁ ଆସି ଏହି ବାଘ ବୁଲୁଥିବା ଲୋକେ ସନ୍ଦେହ କରୁଛନ୍ତି ।  ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ   ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟବର୍ତ୍ତୀ ଯୋଡିପଥର ଗ୍ରାମରେ  ରହୁଥିବା କିଛି ପିଲା ପ୍ରଥମେ ଗତ ୨୭ ତାରିଖ ରାତିରେ ପ୍ରାୟ ୧୧:୪୫ ସମୟରେ  ଏହି ବାଘକୁ ଠାବ କରିଥିଲେ । ସେମାନେ ଦେଖିଥିଲେ, ଏକ ଜନ୍ତୁ ଗ୍ରାମ କୋଠ ଘର ନିକଟରୁ ବାହାରି ପ୍ରଥମେ ଛେଳି ଗୁହାଳ ଏବଂ ପରେ କୁକୁଡ଼ା ଘର ନିକଟକୁ  ଛପି ଛପି ଆସୁଛି । ଜନ୍ତୁଟି ବାଘ ପରି ଦିଶୁଥିଲା । ପିଲାମାନେ ଭୟରେ ଲୁଚି ଯାଇ  ମୋବାଇଲରେ ଏହି ଭିଡିଓ ଉତ୍ତୋଳନ କରିଥିଲେ । ଏହି ସମୟରେ କୁକୁର  ଭୋକିବାରୁ  ଜନ୍ତୁଟି ଦୌଡ଼ି ପଳାଇଥିଲା।

ଯଦିଓ ଯୋଡିପଥର ଗ୍ରାମ ଓ ଆଖପାଖ ଅଞ୍ଚଳରେ ବାଘ କୌଣସି କ୍ଷୟକ୍ଷତି କରିିଥିବା ସୂଚନା ଆସିନି ତଥାପି ଲୋକେ ଭୟଭୀତ ହୋଇ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ।

Comments are closed.