Latest Odisha News

BREAKING NEWS

ବଲିଉଡ ବିଗ୍ ଷ୍ଟ୍ରାର୍ ଥିଲେ ଟାର୍ଗେଟ୍‌, ଫସିଗଲେ ଟାଇଗର: ଜାଣନ୍ତୁ କିଏ କିଏ ଥିଲେ ନିଶାନାରେ ?

ମୁମ୍ବାଇ: ପ୍ରଥମେ ସଲମାନ, ତାପରେ ଆମିର, ଅମିତାଭ୍ ଓ ଅକ୍ଷୟ କୁମାର । ବଲିଉଡର ବଡ ମୁଣ୍ଡଙ୍କୁ ନିଶାନା ବନାଇଥିଲା ବିଷ୍ନୋଇ ଗ୍ୟାଙ୍ଗ । ୨୦୧୮ରୁ ବଲିଉଡ ଭାଇଜାନ୍ ସଲମାନ ମେନ୍ ଟାର୍ଗେଟ ଥିବାବେଳେ ତାଙ୍କ ଗାଲାକ୍ସି ଆପାର୍ଟମେଂଟ ପାଖରେ ଅନେକ ଥର ନଜର ରଖିଥିଲେ ଆକ୍ରମଣକାରୀ । ହେଲେ ସେଠାକାର କଡା ସୁରକ୍ଷା ବ୍ୟବସ୍ଥା ଦେଖି ସଲମାନଙ୍କ ପାଖରେ ପହଂଚିବା ଅସମ୍ଭବ ଥିଲା । ତେଣୁ ଧିରେ ଧିରେ ଟାର୍ଗେଟ ବଦଲିଗଲା । ଆମିର ଖାନ୍‌, ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଉପରେ ରଖାଗଲା ନଜର । ରିତିମତ ଚାଲିଲା ରେକିା କେଉଁଆଡେ ଯାଉଛନ୍ତି, କେତେବେଳେ ଆସୁଛନ୍ତି, ସାଙ୍ଗରେ କେହି ଅଛନ୍ତି ନା ଏକା ରହିଛନ୍ତି, ସବୁର ଟିକନିକ୍ ଖବର ରଖାଗଲା । ତାପରେ ଆମିର ଖାନ୍‌ଙ୍କୁ ଟାର୍ଗେଟ ପାଇଁ ଆସିଥିଲା ଅର୍ଡର । ଟାଇଗରଙ୍କ ଉପରକୁ ଗୁଳି ଚଳାଇଥିବା ସନ୍ଦିଗ୍ଧଙ୍କୁ ପ୍ରଥମେ ଆମିରଙ୍କୁ ଆକ୍ରମଣ ପାଇଁ କୁହାଯାଇଥିଲା । ଜୁଲାଇ ମାସରେ ଆମିରଙ୍କୁ ମିଳିଥିଲା ଧମକ୍ । ଯାହା ଲରେନ୍ସ ବିଷନୋଇ ଗ୍ୟାଙ୍ଗ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇରେ ପ୍ରାୟ ମାସେ ରହିବା ପରେ ସନ୍ଦିଗ୍ଧ ବନ୍ଧୁକଧାରୀ ଆମିର ରହୁଥିବା ଘର ନିକଟରେ ଲଗାତର ରେକି କରୁଥିଲେ । ହେଲେ ଆମିର ଅଧିକାଂଶ ସମୟରେ ସୁଟିଂରେ ବାହାରେ ରହୁଥିଲେ , ନଚେତ୍ ଘରୁ ବାହାରୁ ନଥିଲେ । ତେଣୁ ଲକ୍ଷ୍ୟ ବଦଳାଇଥିଲେ ଟାର୍ଗେଟର । ଟାଇଗରଙ୍କୁ ଧରିବା ସହଜ ଥିଲା । ସେ ଅଧିକାଂଶ ସମୟ ରବିବାର ଜୁହୁର ଏକ ପାର୍କରେ ଫୁଟବଲ୍ ଖେଳିବାକୁ ଆସୁଥିଲେ । ଠିକ୍ ସେହି ସ୍ଥାନରେ ହିଁ ଅକ୍ଟୋବର ୧୮ ତାରିଖରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଆକ୍ରମଣକାରୀ ।

ଚଳିତ ବର୍ଷ ଜୁଲାଇରେ ସୋସିଆଲ ମିଡିଆରେ ଏକ ଅଡିଓ କ୍ଲିପରେ ଆମିର ଖାନଙ୍କୁ ଧମକ ଦିଆଯାଇଥିଲା । ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ ନକରିବାକୁ ମିଳିଥିଲା ଧମକ୍ । ସନାତନ ଧମ ର୍ ଓ ଦେଶ ବିରୋଧୀ ବୋଲି ଅଭିଯୋଗ କରି ଗ୍ୟାଙ୍ଗ ଏହାକୁ ସହ୍ୟ କରିବନାହିଁ ଖୁବଶୀଘ୍ର ଏହାର ଜବାବ ଦିଆଯିବ ବୋଲି କୁହାଯାଇଥିଲା । ସେପ୍ଟେମ୍ବର ୨୦ରେ ଯେତେବେଳେ ମିଶନ ପୁରା କରିବାକୁ ହରିୟାଣାରୁ ବନ୍ଧୁକଧାରୀ ବାହାରିଥିଲେ ଟାର୍ଗେଟ ଥିଲେ ଆମିର । ଅଭିଯୁକ୍ତଙ୍କୁ ପଚରାଉଚରା ଓ ତଦନ୍ତରୁ ଜଣାପଡିଛି ଯେ, ୨ଜଣ ଆମିରଙ୍କ ବାସସ୍ଥାନ ନିକଟରେ ୩ ଥର ରେକି କରିଥିଲେ । ବାନ୍ଦ୍ରା ଇଷ୍ଟରେ ଏକ ଲଜରେ ରହିଥିଲେ । ହେଲେ ଆମିରଙ୍କ ଦେଖା ମିଳିନଥିବାରୁ ତାପରେ ବଦଳିଥିଲା ଲକ୍ଷ୍ୟା ବତ୍ତି ର୍ଗଲେ ଆମିର ଖାନ୍‌, ଅଳ୍ପକେ ରକ୍ଷା ପାଇଗଲେ ଟାଇଗର ଶ୍ରଫ୍ । ଶେଷ ମୁହୂର୍ତ୍ତରେ ଆକ୍ରମଣକାରୀଙ୍କ ଟାର୍ଗେଟ୍ ହୋଇଗଲେ ଟାଇଗର । କାର ଭିତରେ ବସି ଫ୍ୟାନ୍‌ଙ୍କୁ ହାତ ହଲାଇ ଅଭିବାଦନ ଦେଲା ବେଳେ ବାଇକରେ ଆସି ବନ୍ଧୁକଧାରୀଙ୍କ ଆକ୍ରମଣରେ ସେ ଅଳ୍ପକେ ବଂଚିଯାଇଛନ୍ତି ।

 

Leave A Reply

Your email address will not be published.