ଭୁବନେଶ୍ୱର: ଏବେ ଓଡ଼ିଶା ଛାଡିବନି ବାଘୁଣୀ ‘ସୁନ୍ଦରୀ । ସେ ଓଡ଼ିଶାରେ ହିଁ ରହିବ । ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାରେ ବର୍ତ୍ତମନା ଅନ୍ୟ ୨ଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡନ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମଣିଷ ମାରିବା ଅଭିଯୋଗରେ ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ବର୍ଷାଧିକ କାଳ ଛୋଟ ଏନ୍କ୍ଲୋଜରରେ ବନ୍ଦୀ କରି ରଖାଯାଇଥିଲା । ରାଜ୍ୟ ବନବିଭାଗର ଏଭଳି ଚରମ ଅବହେଳା ଯୋଗୁଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏନ୍ଟିସିଏ ।
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନ୍କ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବାକୁ ଯୋଜନା ଚାଲିଥିଲା । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର କେନ୍ଦ୍ରକୁ ନେବା ପାଇଁ କଡା ଚିଠି ମଧ୍ୟ ଲେଖିଥିଲେ ଏନ୍ଟିସିଏ ।
BREAKING NEWS
- Swami Avimukteshwaranand: ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ, ମାଡ଼ ମାରିବା ଅଭିଯୋଗ ଆଣିଲେ ଶିଷ୍ୟ…
- ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
- କିମ୍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
- Republic Day 2026: ଭାରତ, ଚୀନ୍ ନା ଋଷିଆ; କେଉଁ ଦେଶର ସାମରିକ ପରେଡ୍ ଅଧିକ ସ୍ୱତନ୍ତ୍ର?
- କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଉଦଘାଟନ ହେଲା ଆଧୁନିକ ରୋଷେଇ ଘର..
- Khamenei calls Trump Criminal: ଆମେରିକା ଉପରେ ଭଡକିଲେ ଖାମେନେଇ; କହିଲେ, “ଅପରାଧି ଟ୍ରମ୍ପ୍, ଇରାନକୁ ଗିଳିଦେବ…”
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
- ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…
- UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
Comments are closed.