ବାରିପଦା: ଶିମିଳିପାଳରେ ବାଘୁଣୀ ‘ଜିନ୍ନତ’ । ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’ । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଗଲା । ‘ଜିନ୍ନତ’କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି ।
ସୂଚନା ଅନୁସାରେ, ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଦେଇ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ । ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତକୁ ଓଡ଼ିଶା ଅଣାଯାଇଛି । କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି ଏନଟିସିଏ ନିର୍ଦ୍ଦେଶ ଦେଇଥିଲା ।
ଦୀର୍ଘ ଦିନ ଧରି ଚକମା ଦେଇ ବୁଲୁଥିବା ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଥିଲା । ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ ।
Comments are closed.