Latest Odisha News

BREAKING NEWS

୨୫ ମାସ ପରେ ଭାରତୀୟ ଟିମକୁ ଫେରିଲେ ଶ୍ରେୟାଶ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଟିମ ଇଣ୍ଡିଆ ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ତେବେ କେତେକ ଖେଳାଳିଙ୍କ ଆଘାତ ସମସ୍ୟା ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଥିଲା । ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି । ୩୧ ବର୍ଷୀୟ ଶ୍ରେୟାଶ ଆୟାରଙ୍କୁ ତିଳକ ବର୍ମାଙ୍କ ସ୍ଥାନରେ ସାମିଲ କରାଯାଇଛି । ୨୫ ମାସ ପରେ ଶ୍ରେୟାଶ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ଆଘାତପ୍ରାପ୍ତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ରବି ବିଶ୍ନୋଇଙ୍କୁ ଦଳରେ ନିଆଯାଇଛି ।

ଶ୍ରେୟାଶ ପ୍ରଥମ ୩ଟି ଟି୨୦ ମ୍ୟାଚରେ ଖେଳିବେ । ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଡିସେମ୍ବର ୨୦୨୩ରେ ଶ୍ରେୟାଶ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଥିଲେ । ବେଙ୍ଗାଲୁରରେ ଖେଳା ଯାଇଥିବା ଏହି ମ୍ୟାଚରେ ସେ ୩୭ ବଲରେ ୫୩ ରନ କରିଥିଲେ । ସେ ୫୧ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୧୧୦୪ ରନ କରିଛନ୍ତି । ଏଥିରେ ୮ ଅର୍ଦ୍ଧଶତକ ସାମିଲ । ଆଇପିଏଲ ୨୦୨୫ରେସେ ଜବରଦସ୍ତ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗସକୁ ଫାଇନାଲରେ ପଂହଚାଇଥିଲେ ।

Leave A Reply

Your email address will not be published.