Latest Odisha News

BREAKING NEWS

ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ସପ୍ତାହ ସମୟ ବାକି ରହିଛି । ଚାମ୍ପିୟନ ଓ ଆୟୋଜକ ଭାରତ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଟୁର୍ଣ୍ଣାମେଂଟ ଠିକ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା ଆଘାତପ୍ରାପ୍ତ ହୋଇଥିଲେ । ଟେଷ୍ଟିକଲ ଟର୍ଶନ ଯୋଗୁ ତାଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ସେ ବିଶ୍ୱକପ ପୂର୍ବରୁ ଫିଟ ହେବେ କି ନାହିଁ ତାହା ଏକ ବଡ ସମସ୍ୟା ରହିଛି । ତେବେ ରିପୋର୍ଟ ମୁତାବକ ତିଳକ ଫିଟ ହେବାରେ ଲାଗିଛନ୍ତି । ସେ ବ୍ୟାଟିଂ ଅଭ୍ୟାସ କରିବା ପରେ ଏବେ ବୋଲିଂ ମଧ୍ୟ କରିଛନ୍ତି । ସେ ମଧ୍ୟ ବିଶ୍ୱକପ ଖେଳିବା ନେଇ ବେଶ ଉତ୍ସାହିତ ଅଛନ୍ତି ।

ତିଳକଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଈଶାନ କିଶାନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ପ୍ରଭାବିତ କରିଛନ୍ତି । ତିଳକ ବର୍ମା ଫିଟ ହେବା ପରେ ଈଶାନ ତାଙ୍କ ସ୍ଥ୍‌ାନ ସୁରକ୍ଷିତ ରଖିପାରୁଛନ୍ତି କି ନାହିଁ ତାହା ଦେଖିବା କଥା । ସଞ୍ଜୁ ସାମସନଙ୍କ ଫର୍ମ ଭଲ ନ ଥିବାରୁ ଈଶାନଙ୍କୁ ଓପନର ଭାବେ ଦଳରେ ରଖାଯାଇପାରେ । ୨୦୨୩ରେ ଈଶାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୦ ମ୍ୟାଚ ଖେଳି ୧୧୮୩ ରନ କରିଛନ୍ତି । ୨୦୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିଳକ କ୍ରମାଗତ ୨ଟି ଶତକ ମାରିଥିଲେ । ଏହା ବ୍ୟତୀତ ସେ ୬ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।

Leave A Reply

Your email address will not be published.